ରାଜନୀତି

ପାଟଣା ବିଧାନସଭା ଆସନରୁ ପୁଣି ଥରେ ବିଜେଡିରୁ ପ୍ରାର୍ଥୀ ହେଲେ ଜଗନ୍ନାଥ ନାଏକ।

ପାଟଣା/୨୭/୦୩ – ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପାଇଁ ପାଟଣା ବିଧାନସଭା ଆସନରୁ  ବିଜୁ ଜନତା ଦଳ ଟିକଟରୁ ଲଢ଼ିବେ ଜଗନ୍ନାଥ ନାଏକ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଜଗନ୍ନାଥ ନାଏକଙ୍କ ନାଁ ଘୋଷଣା କରିବା ପରେ ପାଟଣା ବିଜେଡି ଶିବିରରେ ଖୁସୀର ଲହରୀ ଖେଳିଯାଇଛି। ପାଟଣା ବ୍ଲକ, କଣ୍ଟିଆପଡା ପଞ୍ଚାୟତ ଭୋଗପଶି ଗ୍ରାମର ଜଗନ୍ନାଥ ନାଏକ ପ୍ରଥମେ ସମିତି ସଭ୍ୟ ଭାବରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ  ପାଟଣା ବ୍ଲକ ଅଧ୍ୟକ୍ଷ ଥିବା ସମୟରେ ଗତ ୨୦୧୯ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତି ବିଧାୟକ ହୋଇଥିଲେ ।

ପୁର୍ବତନ ପାଟଣା ବିଧାୟକ କାହ୍ନୁ ଚରଣ ନାଏକ ଏବଂ ପୁର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାଏକଙ୍କ ସାନ ପୁଅ ହେଉଛନ୍ତି ଜଗନ୍ନାଥ । ଗତ ୨୦୧୯  ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା । ଏଥିରେ ଦଳକୁ ନିରାଶ କରି ନଥିଲେ ଜଗନ୍ନାଥ । ନିଜର ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ନାଏକ  ଙ୍କୁ ୭୭୯୬ ଭୋଟରେ ହରାଇ ବିଧାୟକ ହୋଇଥିଲେ। ଏବେ ତାଙ୍କୁ ପୁନର୍ବାର ବିଧାୟକ ପ୍ରାର୍ଥୀ କରିଥିବାରୁ ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଜଗନ୍ନାଥ ନାଏକଙ୍କ ନାଁ ଘୋଷଣା ହେବା ପରେ କର୍ମୀ ଉତ୍ସାହିତ ହୋଇପଡିଛନ୍ତି। ଆଗାମୀ ନିର୍ବାଚନରେ ଜିତାପଟ ନିଶ୍ଚିତ ବୋଲି କହିଛନ୍ତି ଶୁଭେଚ୍ଛୁ ଓ କର୍ମୀ ।

Show More

Related Articles

Back to top button