କେନ୍ଦୁଝରଜିଲ୍ଲାରାଜନୀତିରାଜ୍ୟ

ବଡ଼ବିଲରେ “ପ୍ରବାଦ ପୁରୁଷ ଦିବସ” ପାଳିତ

ବଡ଼ବିଲ, ୧୭/୦୪ – ଓଡ଼ିଶାର ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ  ଅବସରରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବଡ଼ବିଲରେ “ପ୍ରବାଦ ପୁରୁଷ ଦିବସ”ପାଳିତ ହୋଇଯାଇଛି।

ବିଜୁ ଜନତା ଦଳ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାତଃ ସମୟରେ ଅନେକ ସମ୍ମାନୀୟ ବ୍ୟକ୍ତି, ରାଜନୈତିକ ନେତା ଏବଂ ସାଧାରଣ ଲୋକମାନେ ବଡ଼ବିଲ କଳିଙ୍ଗ ନଗରଠାରେ ଉପସ୍ଥିତ ହୋଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।

ପରେପରେ ବଡ଼ବିଲ ଟାଉନ୍ ହଲ୍ ଠାରେ“ପ୍ରବାଦ ପୁରୁଷ ଦିବସ”ର ସଭାରେ ଓଡ଼ିଶା ଉନ୍ନତି ପାଇଁ ବିଜୁବାବୁଙ୍କ ଅମୂଲ୍ୟ ଅବଦାନ, ସାହସିକ ନେତୃତ୍ୱ ଓ ଦୃଢ଼ ସଙ୍କଳ୍ପକୁ ସ୍ମରଣ କରାଯାଇଥିଲା।

ବକ୍ତାମାନେ ତାଙ୍କର ଜୀବନ ଓ କାର୍ଯ୍ୟକୁ ଉଦ୍ଧୃତ କରି କହିଥିଲେ ଯେ, ବିଜୁ ପଟ୍ଟନାୟକ ମାତ୍ର ଜଣେ ରାଜନେତା ନୁହେଁ, ସେ ଓଡ଼ିଶାର ଗୌରବ ଓ ପ୍ରେରଣାର ଏକ ଅମର ପ୍ରତୀକ। ଉପସ୍ଥିତ ସମସ୍ତେ ତାଙ୍କର ଆଦର୍ଶ ଅନୁସରଣ କରିବାକୁ ସଙ୍କଳ୍ପ ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର କେନ୍ଦୁଝର ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ଉପସଭାପତି ବିଜୟ ମହାନ୍ତି, ବଡ଼ବିଲ ପୋରାଧ୍ୟକ୍ଷ ଲକ୍ଷ୍ମଣ ମହନ୍ତ, ପୌର ଉପାଧ୍ୟକ୍ଷା ସରସ୍ୱତୀ ନାଏକ, ଯୋଡାର ପୌର ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ପାତ୍ର, ଜିଲ୍ଲା ସମ୍ପାଦକ ହେମନ୍ତ ସହାଏ, ବଡ଼ବିଲ ବିଜେଡି ସମ୍ପାଦକ ମନିନ୍ଦର ସିଂହ, ଯୁବ ସଭାପତି ପ୍ରଭୁଦତ୍ତ ପ୍ରଧାନ, ଗୋଲେଖ ବିହାରି ଓରାମ୍, ଯୋଡ଼ା ବିଜେଡିର ପୂର୍ବତନ ଅଧ୍ୟକ୍ଷ ନିରଂଜନ ବହିଦାର, ପୂର୍ବତନ ଯୋଡ଼ା ବ୍ଲକ ଅଧ୍ୟକ୍ଷ ଗିରିଧାରୀ ନାଏକ, ବିଜୁ କୃଷକ ଜନତା ଦଳର ସମ୍ପାଦକ କାବୁ ଜେନା, ଟାଟା ଷ୍ଟିଲ ଯୋଡ଼ା ୟୁନିଅନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ଏବଂ ବିଜୁପ୍ରେମୀ ଉପସ୍ଥିତ ରହିଥିଲେ ।

Show More

Related Articles

Back to top button