ରାଜନୀତି

ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ।

ଭୁବନେଶ୍ୱର/୨୨/୦୩ –  ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଜଣେ ବରିଷ୍ଠ ବିଜେଡି ନେତା ଦକ ଛାଡ଼ିଲେ ।  ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଭର୍ତ୍ତୃହରି ମହତାବ । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ଭର୍ତ୍ତୃହରି । ଇସ୍ତଫା ନେଇ ପ୍ରେସ ମିଟ୍ ଜରିଆରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି “ଭଗ୍ନ ହୃହୟରେ ବିଜେଡି ଛାଡ଼ିଲି । ଦୀର୍ଘ ଅଢ଼େଇ ବର୍ଷ ଧରି କୌଣସି ମତ ମନ୍ତବ୍ୟ ଦେଉ ନଥିଲି । ବନ୍ଧନରେ ରହିବା ଭଳି ଅନୁଭବ କରି ଇସ୍ତଫା ଦେଲି । ବିଜେଡି ଛାଡ଼ିବା ନେଇ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ଚିଠି ପଠାଇଛି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି । ଧୈର୍ଯ୍ୟର ଏକ ସୀମା ରହିଥାଏ । ଭର୍ତ୍ତୃହରି ବର୍ତ୍ତମାନ କଟକର ସାଂସଦ ଅଛନ୍ତି । କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସେ ୧୯୯୮ରେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ଏବଂ ୨୦୧୯ ପର୍ଯ୍ୟନ୍ତ ସେ ଲଗାତର ଭାବେ ୬ ଥର ସାଂସଦ ନିର୍ବାଚିତ ହୋଇଥିଲେ ।

ନିର୍ବାଚନ ପାଖେଇ ଆସୁଥିବାବେଳେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଥିବା ପୁରୁଣା ମାମଲା ଖୋଲିଛି। ୨୦୧୧ରେ ପୁଲିସ ଅଧିକାରୀଙ୍କୁ ମାରିଥିବା ମାମଲାରେ ଗୁରୁବାର ଦିନ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା ।

ଦଳ ଦୁର୍ନୀତି ବିରୁଦ୍ଧରେ ଗଠନ ହୋଇଥିଲା । ଦଳରେ ପୂର୍ବପରି ସ୍ଥିତି ନାହିଁ । ମୋ ବିରୁଦ୍ଧରେ ଚାର୍ଜଫ୍ରେମ୍ ହେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ରାଜନୀତିରେ ରହିବି କି ନାହିଁ ଲୋକଙ୍କୁ ପଚାରି ନିଷ୍ପତ୍ତି ନେବି ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ।

ମେଣ୍ଟ ପ୍ରସଙ୍ଗରେ ସେ କହିଛନ୍ତି ଯେ, ମେଣ୍ଟ ନହେବା ଗଣତନ୍ତ୍ର ପାଇଁ ଶୁଭଙ୍କର ।

Show More

Related Articles

Back to top button