
ରାଜନୀତି
ଅଯୋଗ୍ୟ ପ୍ରାର୍ଥୀ ତାଲିକାରେ କେନ୍ଦୁଝର (ଏସ୍ ଟି) ସଂସଦୀୟ କ୍ଷେତ୍ରରୁ ଡଃ ସୁଦର୍ଶନ ଲୋହାର ।
ପାଟଣା/୧୮/୦୩ – ଭାରତର ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ଦ୍ବାରା ଜାରି କରାଯାଇଥିବା ଅଯୋଗ୍ୟ ପ୍ରାର୍ଥୀ ତାଲିକାରେ ଓଡିଶାର ୩୫ ଜଣଙ୍କ ନାଁ ଉଲ୍ଲେଖ ରହିଛି । ଏହି ୩୫ ଜଣ ୨୦୧୯ ଲୋକସଭା/ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ, ହେଲେ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ବିବରଣୀ ଦାଖଲ କରିନଥିଲେ । ଏହି ତାଲିକାରେ ରହିଛନ୍ତି କେନ୍ଦୁଝର (ଏସ଼ ଟି) ସଂସଦୀୟ କ୍ଷେତ୍ରର ଡଃ ସୁଦର୍ଶନ ଲୋହାର । ଡଃ ସୁଦର୍ଶନ ଲୋହାର ଗତ ୨୦୧୯ ଲୋକସଭା ନିର୍ବାଚନରେ ସ୍ବାଧୀନ ସାଂସଦ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରିଥିଲାବେଳେ, ଲୋକସଭା ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କରିନଥିଲେ। ଯାହାଫଳରେ ଜନପ୍ରତିନିଧି ଆଇନ ୧୯୫୧ ର ଧାରା ୧୦(ଏ) ରେ ଡଃ ସୁଦର୍ଶନ ଲୋହାରଙ୍କୁ ଅନ୍ୟୁନ ୩ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯାଇଛି । ତାଙ୍କର ଅଯୋଗ୍ୟତା ଅବଧି ଜୁନ ୨୯, ୨୦୨୪ ରେ ଶେଷ ହେଉଥିବାରୁ ସେ ୨୦୨୪ ସାଧାରଣ ନିର୍ବାଚନରେ ଭାଗ ନେଇପାରିବେ ନାହିଁ ବୋଲି ଇସିଆଇଙ୍କ ପକ୍ଷରୁ ଜଣାଯାଇଛି ।