
ବଡ଼ବିଲ, ୧୭/୦୫ – ନିର୍ବାଚନକୁ ସ୍ୱଚ୍ଛ ଓ ଅବାଧ କରିବା ପାଇଁ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ କରାଯାଉଛି । ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୋଲିସ୍ ପକ୍ଷରୁ ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ବ୍ଲକିଂ ଚେକିଂ ଜାରିରହିଛି । ଆଜି ଏହିଭଳି ତନଖି ସମୟରେ ୨୦ ଲକ୍ଷ ଟଙ୍କା ଜବତ କରିଛି ବଡ଼ବିଲ ପୋଲିସ ।
କିରିବୁରୁ ଛକରେ ଏକ ବାଇକରୁ ୭ ଲକ୍ଷ ଟଙ୍କା ଜବତ୍ ହୋଇଥିବାବେଳେ ଭଦ୍ରାସାହି ସ୍ଥିତ ତ୍ରିଶକ୍ତି ଟ୍ରାନ୍ସପୋର୍ଟ ନାମକ ସଂସ୍ଥାର କର୍ମଚାରୀ ଟଙ୍କାକୁ ଏକ୍ସିସ ବ୍ୟାଙ୍କରୁ ଉଠାଇ ଯାଉଥିବା ପୋଲିସ୍ ଜାଣିବାକୁ ପାଇଥିଲା । ସେହିପରି ସାଧୁ ସିଂ ହଟିଂ ଛକ ନିକଟରୁ ଏକ ବୋଲେରୋ ଗାଡ଼ିରୁ ୮ ଲକ୍ଷ ଏବଂ ଏକ ବାଇକରୁ ୫ ଲକ୍ଷ ଟଙ୍କା ଜବତ୍ କରିଛି ବଡ଼ବିଲ ପୋଲିସ୍ । ୮ ଲକ୍ଷ ଟଙ୍କା ସ୍ଵପ୍ନେଶ୍ୱର ରୋଡ଼ଲାଇନ୍ସର ଏବଂ ୫ ଲକ୍ଷ ରାଧାକୃଷ୍ଣ ଟ୍ରାନ୍ସପୋର୍ଟ ସଂସ୍ଥାର । ଏମାନେ ଆଇ ସି ଆଇ ସି ଆଇ ବ୍ୟାଙ୍କରୁ ଟଙ୍କା ଉଠାଣ କରି ବିଭିନ୍ନ ଗାଡ଼ିକୁ ପେମେଣ୍ଟ କରିବା ଉଦ୍ଦେଶ୍ୟରେ ଠାକୁରାଣୀ ଅଞ୍ଚଳକୁ ଯାଉଥିଲେ ବୋଲି ଜଣାପଡିଛି ।
ତେବେ ଜବତ୍ ହୋଇଥିବା ଟଙ୍କାକୁ ଟ୍ରେଜେରୀରେ ଡିପୋଜିଟ କରାଯିବା ସହ ଆୟକର ବିଭାଗକୁ ସୂଚନା ଦିଆଯିବ ବୋଲି ପୋଲିସ କହିଛି ।