
ଚମ୍ପୁଆ, ୦୯/୦୫ – ରାଜ୍ୟରେ ମେ’ ୨୫ ତାରିଖରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ଦିବସ ମେ’ ୯ତାରିଖକୁ ଧାର୍ଯ୍ୟ ହୋଇଥିଲା ।
ଚମ୍ପୁଆ ବିଧାନ ସଭା କ୍ଷେତ୍ର ପାଇଁ ମୋଟ ୧୫ଜଣ ଦଳୀୟ ଓ ନିର୍ଦଳୀୟ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ମେ’ ୭ରେ ନାମାଙ୍କନପତ୍ର ଯାଞ୍ଚ ହେବା ପରେ ସମସ୍ତ ୧୫ଜଣଙ୍କ ପ୍ରାର୍ଥୀପତ୍ର ବୈଧ ରହିଥିଲା । ମେ’ ୯ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ରହିଥିଲାବେଳେ, ଜଣେହେଲେ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିନାହାନ୍ତି । ଏବେ ଚମ୍ପୁଆ ବିଧାନସଭା ଆସନରେ ୧୫ଜଣ ପ୍ରତିଦ୍ବନ୍ଦୀ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଆଜି ଏହି ସମସ୍ତ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଚିହ୍ନ ଆବଣ୍ଟନ କରାଯାଇଛି । ଏଥିରେ ୯ଜଣ ଦଳୀୟ ପ୍ରାର୍ଥୀ ରହିଥିବା ବେଳେ ୬ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

୧. ଜୟୀ ମୁଣ୍ଡା – ବହୁଜନ ସମାଜ ପାର୍ଟି
ଚିହ୍ନ – ହାତୀ

୨. ମୁରଲୀ ମନୋହର ଶର୍ମା – ଭାରତୀୟ ଜନତା ପାର୍ଟି
ଚିହ୍ନ – ପଦ୍ମ

୩. ଯଶୋବନ୍ତ ନାରାୟଣ ସିଂ ଲାଗୁରୀ – ଭାରତୀୟ ଜାତୀୟ କଂଗ୍ରେସ
ଚିହ୍ନ – ହାତ

୪. ସନାତନ ମହାକୁଡ଼ – ବିଜୁ ଜନତା ଦଳ
ଚିହ୍ନ – ଶଙ୍ଖ

୫. ଅଙ୍କଜ କୁମାର ଜୟସ୍ୱାଲ – ଆମ୍ବେଦକରାଇଟ ପାର୍ଟି ଅଫ୍ ଇଣ୍ଡିଆ
ଚିହ୍ନ – ଆଲମିରା

୬. ବସନ୍ତ କୁମାର ମହାନ୍ତ – ଇଣ୍ଡିଆନ ସିଟିଜେନ ପାର୍ଟି
ଚିହ୍ନ – ତ୍ରିଭୁଜ

୭. ରଘୁନାଥ ନାଏକ – ମାନସ ଲୋକଶକ୍ତି ଦଳ
ଚିହ୍ନ – ସାତ ରଶ୍ମି ଯୁକ୍ତ କଲମ ମୁନ

୮. ସଞ୍ଜୟ କୁମାର ମହାନ୍ତ – ଆଜସୁ ପାର୍ଟି
ଚିହ୍ନ – କଦଳୀ

୯. କ୍ଷିତିଶ୍ ଚନ୍ଦ୍ର ମହାନ୍ତ – କଳିଙ୍ଗ ନେସନାଲ ଫ୍ରଣ୍ଟ
ଚିହ୍ନ – ପାଲଯୁକ୍ତ ଡଙ୍ଗା ଓ ନାଉରୀ

୧୦. ଗୁରୁବକ୍ସ ସିଂ ଆଲୁୱାଲିଆ – ସ୍ଵାଧୀନ
ଚିହ୍ନ – କରତ

୧୧. ଜାକ୍ରିଆସ କିସପଟ୍ଟା – ସ୍ଵାଧୀନ
ଚିହ୍ନ – ହେଲମେଟ୍

୧୨. ବାସମତୀ ମୁଣ୍ଡା – ସ୍ଵାଧୀନ
ଚିହ୍ନ – ଖଟ

୧୩. ବେଣୁଧର ମହାନ୍ତ – ସ୍ଵାଧୀନ
ଚିହ୍ନ – କଇଁଚି

୧୪. ସନ୍ତୋଷ କୁମାର ମହାପାତ୍ର – ସ୍ଵାଧୀନ
ଚିହ୍ନ -ପଣସ

୧୫. କ୍ଷୀରୋଦ କୁମାର ଗିରି – ସ୍ଵାଧୀନ
ଚିହ୍ନ – ଫୁଟବଲ୍ ଖେଳାଳି
ରାଜ୍ୟରେ ତୃତୀୟ ଚରଣ ମତଦାନ ପାଇଁ ମେ’ ୨୫ ତାରିଖରେ ଭୋଟ ଗ୍ରହଣ ହେବ । ଚମ୍ପୁଆ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ସମୟ ନିର୍ଦ୍ଦାରଣ କରାଯାଇଛି। ଏହାପରେ ଜୁନ୍ ୪ ତାରିଖରେ ମତ ଗଣନା ପରେ ଫଳାଫଳ ପ୍ରକାଶ ପାଇବ ।