
ଚାଲିଗଲା ଚାଳକଙ୍କ ଜୀବନ
ବଡ଼ବିଲ, ୦୫/୦୫ – ରବିବାର କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ କୋହ୍ଲ ରୁଡକେଲା ଛକ ନିକଟରେ ଅଘଟଣ ଘଟି ଜଣେ ଟ୍ରେଲର ଡ୍ରାଇଭାରଙ୍କ ଅକାଳରେ ଚାଲିଗଲା ଜୀବନ । ମୃତକ ଜଣକ ହେଲେ ବାବୁଲା ଯାଦବ(୩୩) ।
ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା ଜାମ୍ ଥିବାରୁ ଟ୍ରେଲର ଛିଡାକରି ଡ୍ରାଇଭର ବାବୁଲା ତଳେ ଛିଡା ହୋଇଥିଲେ । ଏହି ସମୟରେ ଟ୍ରଲରଟି ହଠାତ୍ ଆପେ ଆପେ ଗଡିବାକୁ ଲାଗିଥିଲା । ଏହା ଦେଖି ଡ୍ରାଇଭର ବାବୁଲା ଟ୍ରେଲରକୁ ଅଟକାଇବା ନିମନ୍ତେ ଦୌଡିଯାଇ ଟ୍ରଲର ଉପରକୁ ଚଢିବାକୁ ଚେଷ୍ଟା କରୁଥିବାବେଳେ ଛିଡା ହୋଇଥିବା ଏକ ଟ୍ରକରେ ଚାପି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ବାବୁଲାଙ୍କୁ ଉଦ୍ଧାରକରି ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇ ଥିଲେହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ରୁଗୁଡି ଥାନାରେ ୬୮/୨୦୨୪ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।