କେନ୍ଦୁଝରଜିଲ୍ଲାରାଜ୍ୟ

KJS ପ୍ଲାଣ୍ଟରେ ବିସ୍ଫୋରଣ ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶ୍ରମିକ ମୃତ, ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଲା

ବଡ଼ବିଲ, ୦୪/୦୫ –  KJS ପ୍ଲାଣ୍ଟରେ ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଛି । କଟକର ଏକ ଘୋରଇ ହସପିଟାଲରେ ୭ ଜଣ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ, ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆସାମର ବାବୁଲ ଦାସ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଶନିବାର ପୁଣି ଜଣେ ଶ୍ରମିକ ଆଖି ବୁଜିଦେଇଛନ୍ତି । ମୃତକ ଜଣକ ହେଲେ ଆସାମର  ଦେବେନ୍ ବକଲାନୀ । କଟକରେ ଆଉ ୫ ଜଣ ଚିକିତ୍ସିତ ହେଉଥିବା ବେଳେ, ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ସୁରକ୍ଷାରେ ଅବହେଳା କାରଣରୁ ଗତ ଗୁରୁବାର ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ବିସ୍ଫୋରଣ ଘଟି ୧୦ ଜଣ ଶ୍ରମିକ ପୋଡ଼ି ହୋଇ ଗୁରୁତର ହୋଇଥିଲେ ।

ସେପଟେ ଶୁକ୍ରବାର ଫ୍ୟାକ୍ଟ୍ରି ଏଣ୍ଡ ବଏଲର ବିଭାଗର ଉପ ନିର୍ଦ୍ଦେଶକ, ସହ ନିର୍ଦ୍ଦେଶକ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ପ୍ଲାଣ୍ଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଦୁର୍ଘଟଣା ଘଟିଥିବା ୟୁନିଟକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଦୁର୍ଘଟଣାକୁ ନେଇ ରୁଗୁଡ଼ି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାପଡ଼ିଛି। ତେବେ ଏତେବଡ଼ ଏକ ଦୁର୍ଘଟଣା ଘଟି ୧୦ ଜଣ ଅର୍ଦ୍ଧଦଗ୍ଧ ହେବା ଏବଂ ପରେ ଦୁଇଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲେ ବି ଏଯାଏଁ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି  ।

Show More

Related Articles

Back to top button