
ପାଟଣା, ୨୯/୦୪ – କେନ୍ଦୁଝର ଜିଲ୍ଲା ପାଟଣା ଝାରବେଡା ମାର୍କେଟ କମ୍ପ୍ଲେକ୍ସରେ ସୋମବାର ବିଜେପି ର ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ପୂଜକ ଧରମାନନ୍ଦ ମିଶ୍ରଙ୍କ ଦ୍ଵାରା ପୂଜାର୍ଚ୍ଚନା ସମ୍ପାଦନ କରାଯିବା ପରେ ପାଟଣା ବିଧାନସଭା ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ଫିତା କାଟି କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ରାଧାକାନ୍ତ ମହାନ୍ତ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି କମଳାକାନ୍ତ ସିଂହ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଲକ୍ଷ୍ମଣ ରାଉତ, ଜିଲ୍ଲା ସମ୍ପାଦକ ହେମରଞ୍ଜନ ବାରିକ୍, କୃଷକ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଭାବଗ୍ରାହୀ ମହାନ୍ତ, ଉଖୁଣ୍ଡା ମଣ୍ଡଳ ସଭାପତି ପ୍ରବୀର ନାଏକ, ଉଦୟପୁର ମଣ୍ଡଳ ସଭାପତି ନରହରି ମହାନ୍ତ, କେନ୍ଦେଇପଶି ମଣ୍ଡଳ ସଭାପତି ମିତ୍ରଭାନୁ ମହାନ୍ତ, ଖିରେଇଟାଙ୍ଗିରୀ ମଣ୍ଡଳ ସଭାପତି ମହେନ୍ଦ୍ର ନାଏକ, ଭଣ୍ଡା ମଣ୍ଡଳ ସଭାପତି ହେମନ୍ତ ମହାନ୍ତଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା ମୋଚିରାମ ସାହୁ, ତୁରମୁଙ୍ଗା ଶକ୍ତିକେନ୍ଦ୍ର ପ୍ରମୁଖ ହୃଷୀକେଶ ସାହୁ, ନାଗେଶ୍ଵର ମହାରଣା, ଲିଙ୍ଗରାଜ ସିଂ, ହଂସଧ୍ୱଜ ବେହେରା, ପପୁ କାରୁଆ, ଦୀପକ କୁମାର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ବାଇକଳା ସରପଞ୍ଚ ହରିହର ନାଏକ, ଗଣ୍ଡବେଡା ସରପଞ୍ଚ ଚପଳଚାନ୍ଦ ରଣସିଂହ ପ୍ରମୁଖ ଉପସ୍ଥିତି ରହିଥିବାବେଳେ ପାଟଣା ବିଧାନସଭାର ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ପ୍ରଭାରୀ, ଶକ୍ତିକେନ୍ଦ୍ର ପ୍ରମୁଖ, ବୁଥ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।