କେନ୍ଦୁଝରଜିଲ୍ଲା

ନିଆଁର ଆଁ ଭିତରେ ପାଟଣା ରେଞ୍ଜର ବିଭିନ୍ନ ଜଙ୍ଗଲ;  ବିପଦରେ ବନ୍ୟଜନ୍ତୁ

ଜଙ୍ଗଲ ନିଆଁ ଯୋଗୁଁ ଗାଁ ମୁହାଁ ବନ୍ୟଜନ୍ତୁ

ପାଟଣା, ୨୭/୦୪ – କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ବିଭିନ୍ନ ଜଙ୍ଗଲ ଏବେ ନିଆଁର ଆଁ ଭିତରେ ରହିଛି ।ତାପମାତ୍ରା ବୃଦ୍ଧି ସହ ଧୂ ଧୂ ହୋଇ ଜଳୁଛି ଗ୍ରାମ୍ୟ  ଜଙ୍ଗଲ। ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନର  ରାଜନଗର ଗ୍ରାମର ଦେଓଗାଁ ଗ୍ରାମ୍ୟ ଜଙ୍ଗଲ, ପୁଟୁଳିଆ ପଟାସ୍ ଜଙ୍ଗଲ ସାଙ୍ଗକୁ ବାଉଁଶୁଳି, ଅଙ୍କୁରା, ଟାଙ୍ଗରପଡା, ହାତିବାରୀ, ଚେମେଣା ଆଦି ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ ଗଛ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଶନିବାର ମଧ୍ୟାହ୍ନରେ ଖୀରେଇଟାଙ୍ଗିରୀ ସେକ୍ସନ ଯମୁନାପଶି ବିଟ୍ କଣ୍ଟିଆପଡା ଗ୍ରାମ୍ୟ ଜଙ୍ଗଲ ସହ କେନ୍ଦେଇପଶି ବିଟ୍ ଖଜିରାପଶି ଗ୍ରାମ୍ୟ ପଟାସ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ଗଛ ଜଳିପୋଡ଼ି ନଷ୍ଟ ହୋଇ ଯାଇଛି। ଜଙ୍ଗଲ ନିଆଁ କେତେବେଳେ ଗାଁ ମୁହାଁ ହେଉଛି ତ କେତେବେଳେ ରାସ୍ତା ଉପରକୁ ମାଡି ଆସୁଛି ଫଳରେ ବନ୍ୟଜନ୍ତୁ ଏବଂ ସ୍ଥାନୀୟ ଲୋକଙ୍କ ପ୍ରତି ବିପଦ ଲାଗିରହିଛି । ପ୍ରବଳ ଖରା ଯୋଗୁଁ ତାପମାତ୍ରା ଵୃଦ୍ଧି ପାଉଥିବାରୁ ଜଙ୍ଗଲରେ ନିଆଁ ଲାଗିବା ସହ ଜଙ୍ଗଲ ନିଆଁ ମଣିଷକୃତ ବୋଲି କହିଛନ୍ତି କେନ୍ଦୁଝର ଡିଏଫ୍ଓ ଏଚ ଡି ଧନରାଜ୍ । ବନାଗ୍ନି ରୋକିବା ପାଇଁ ବନ ବିଭାଗ ପକ୍ଷରୁ ମହିଳା ମାନଙ୍କୁ ନେଇ ସଚେତନତା କରାଯିବା ସହ ଜଙ୍ଗଲ ନିଆଁ ରୋକିବା ପାଇଁ ଫାୟାର ଲାଇନ୍ କରାଯାଉଛି। ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନଙ୍କ ଉପରେ ନଜର ରଖାଯିବା ସହ ଜଙ୍ଗଲରେ ନିଆଁ ଲଗାଉଥିବା ଦୃବୃର୍ତ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉଥିବା କହିଛନ୍ତି କେନ୍ଦୁଝର ଡିଏଫ୍ଓ ।

Show More

Related Articles

Back to top button