କେନ୍ଦୁଝରଜିଲ୍ଲା

ସ୍କୁଟି ସହ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ଯୁବକ ମୃତ

କେନ୍ଦୁଝର,୨୫/୦୪ – କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଭାରତ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ସ୍କୁଟି ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଚାଳକଙ୍କ ମୃତ୍ୟୁ ଘଟିଛି। ସ୍କୁଟିଟି ଢେଙ୍କିକୋଟରୁ ଘଟଗାଁ ଅଭିମୁଖେ ଯାଉଥିବା ବେଳେ, ବିପରୀତ ଦିଗରୁ ରଂଗ୍ ରୁଟରେ ଏକ ବାଇକ୍ ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ବାଇକ୍ ଚାଳକ ନିକଟସ୍ଥ ଟିକିରା ଗ୍ରାମର ଦେବ ପ୍ରସାଦ ମାଝୀ ଏବଂ ମୃତ ସ୍କୁଟି ଚାଳକ  ଝାରଖଣ୍ଡ ଅଞ୍ଚଳର ଶିବ ପ୍ରସାଦ ପ୍ରଧାନ ବୋଲି ଜଣାପଡିଛି। ଶିବ ପ୍ରସାଦ ଡିମ୍ବୋରେ ଇଞ୍ଜିନିୟରିଂ କରୁଥିବା ବେଳେ ସେ ସଂନ୍ଧ୍ୟାରେ ଗୋଳାବନ୍ଧ ଗ୍ରାମର ସମ୍ପର୍କିୟ ଘରକୁ ଯାଉଥିଲେ। ଅନ୍ୟପକ୍ଷରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Show More

Related Articles

Back to top button