
ଚମ୍ପୁଆ, ୨୫/୦୪ – ଚମ୍ପୁଆ ରେଞ୍ଜ, ବାଲିବନ୍ଧ ସେକ୍ସନ ଗୁରୁତୁଆଁ, ସାରକୁଦର ନିକଟସ୍ଥ ଜଙ୍ଗଲରୁ ଆଜି ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ ହେଲେ ଜଜାଙ୍ଗ ପଞ୍ଚାୟତ ଗୁରୁତୁଆଁ ଅଞ୍ଚଳର ସୋମବାରୀ ମୁଣ୍ଡା । ଘଟଣା ସ୍ଥଳରେ ବାମେବାରୀ ପୋଲିସ୍ ଓ ବନ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗୁରୁତୁଆଁ ଜଙ୍ଗଲରେ ଏବେ ଏକ ୨୨ ଟିକିଆ ହାତୀପଲ ବିଚରଣ କରୁଥିବାବେଳେ, ମୃତଦେହର ଆଖ ପାଖରେ ହାତୀଙ୍କ ମଳ ପଡ଼ିଥିବା ଦେଖିବାକୁ ମିଳିଛି, ତେଣୁ ହାତୀ ଆକ୍ରମଣରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ୍ ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ କହିଛି ।