କେନ୍ଦୁଝରଜିଲ୍ଲାରାଜନୀତି

ନିଜ ନିର୍ବାଚନ ମଣ୍ଡଳୀରେ ରୋଡ୍ ଶୋ’ କରି ଶକ୍ତି ପ୍ରଦର୍ଶନ କଲେ ସନାତନ ମହାକୁଡ଼, ଲୋକଙ୍କ ପ୍ରବଳ ଭିଡ଼

ଚମ୍ପୁଆ, ୨୪/୦୪ – ଚମ୍ପୁଆ ବିଧାନସଭା କ୍ଷେତ୍ର ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼ । ଗତ ୨୦ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିଛନ୍ତି ସନାତନ । ବୁଧବାର, ଭୁବନେଶ୍ବରରୁ ଆସି ରିମୁଳି ଛକରେ ପହଞ୍ଚିବା ପରେ କର୍ମୀ ଏବଂ ଶୁଭେଚ୍ଛୁମାନେ ତାଙ୍କର ପ୍ରିୟ ନେତା ସନାତନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ମହିଳାମାନେ ଶଙ୍ଖ ଫୁଙ୍କି ହୁଳହୁଳି ପକାଇ ଫୁଲ ଚନ୍ଦନଦେଇ ବନ୍ଦାପନା କରିଥିଲେ । ଏହାପରେ ସନ୍ଧ୍ୟା ୫ଟା ରେ ଏକ ଖୋଲା ଜିପରେ ରିମୁଳି ଠାରୁ ଚମ୍ପୁଆ ପର୍ଯ୍ୟନ୍ତ ଦୀର୍ଘ ୧୩ କି. ମି. ରୋଡ୍ ଶୋ’ କରି ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଥିଲେ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ । ଆଗରେ କର୍ମୀମାନେ ବାଇକ୍ ରାଲୀରେ ଯାଉଥିବା ବେଳେ, ବାଜା, ବାଣ, ରୋଷୋଣୀରେ ହଜାର ହଜାର ଲୋକେ ତାଙ୍କୁ ପାଛୋଟି ନେଇଥିଲେ । କାଳିକାପ୍ରସାଦ, ରଜିଆ, ଚନ୍ଦ୍ରଶେଖରପୁର, ରାମଲା ଓ ଚମ୍ପୁଆ ଛକରେ ନିଜ ପ୍ରିୟ ନେତାଙ୍କୁ ଦେଖିବାପାଇଁ ବହୁ ସଂଖ୍ୟାରେ ଲୋକେ ଅପେକ୍ଷାକରି ରହିଥିଲେ। ବିଭିନ୍ନ ଛକ ସ୍ଥାନ ମାନଙ୍କରେ ମହିଳାମାନେ ହଳଦୀ ପାଣିରେ ତାଙ୍କ ପାଦ ପ୍ରକ୍ଷାଳନ କରି ବନ୍ଦାପନା କରିଥିବା ଦେଖିବାକୁ ମିଳିଥିଲା । ଲୋକଙ୍କ ଭିଡ଼ ଦେଖି ସନାତନ ବେଶ୍ ଉତ୍ସାହିତ ହେବା ସହ ସେ ଆତ୍ମ ବିଶ୍ୱାସରେ ଭରି ରହିଥିବା ପରି ଜଣାପଡୁଥିଲା । ରୋଡ୍ ଶୋ’ ପରେ ଗଣମାଧ୍ୟମ ଆଗରେ ସେ ତାଙ୍କର ପ୍ରତିକ୍ରିୟା ରଖିଥିଲେ ।

ନିର୍ବାଚନ ପାଇଁ କିଛି ରଣନୀତି ନାହିଁ । ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଲୋକଙ୍କ ପାଖରେ ମୁଁ ରୁଣି । ଲୋକେ ୨୦୧୪ରେ ଭୋଟ ଦେଇ ବିଜୟୀ କରିଥିଲେ ।  ୨୦୧୯ରେ ଲୋକେ ଜିତାଇବା ପାଇଁ ଚାହୁଁଥିଲେ । କିନ୍ତୁ  ଭାଗ୍ୟର ବିଡମ୍ବନା ଯୋଗୁଁ ଲଢି ପାରିଲିନାହିଁ ।  ୨୦୨୪ରେ ଲୋକେ ସ୍ଵ ମୋଟ ଆସୁଛନ୍ତି , ବହୁତ୍ ଖୁସି ଅଛନ୍ତି । ଦୀର୍ଘ ୨୪ ବର୍ଷର ନବୀନଙ୍କ କାମ ଏବଂ ବିଜେଡିର ଇସ୍ତାହାରକୁ ନେଇ ଲୋକଙ୍କ ପାଖକୁ ଯିବି ବୋଲି ସନାତନ କହିଛନ୍ତି ।

Show More

Related Articles

Back to top button