
ପାଟଣା, ୨୩/୦୪ – ପାଟଣା ନିର୍ବାଚନ ମଣ୍ଡଳୀ ଟାଙ୍ଗରବନ୍ତଳା ଗ୍ରାମରେ ମଙ୍ଗଳବାର ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଭାବଗ୍ରାହୀ ମହାନ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଟଣା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ଆଶୀର୍ବାଦ ନେବା ସହ ଆଗାମୀ ନିର୍ବାଚନ ବୈତରଣୀ ପାରହେବାପାଇଁ ଲୋକଙ୍କଠାରୁ ଭୋଟ ଭିକ୍ଷା କରିଥିଲେ। ଏହି ଅବସରରେ ଗ୍ରାମର ଶତାଧିକ ମହିଳା ତାଙ୍କ ଉପରେ ଫୁଲ ପକାଇ ସ୍ୱାଗତ କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାବେଶର ମିଶ୍ରଣ ପର୍ବରେ ୨୫ରୁ ଉର୍ଦ୍ଧ୍ବ କର୍ମୀ ଅନ୍ୟଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇ ଲୋକଙ୍କଠାରୁ ଭୋଟ ଭିକ୍ଷାକରି ନିର୍ବାଚନ ବୈତରଣୀ ପାରହେବେ ବୋଲି କହିଛନ୍ତି ଅଖିଳ ଚନ୍ଦ୍ର ନାଏକ ।
ଟାଙ୍ଗରବନ୍ତଳାରେ ଅନୁଷ୍ଠିତ ବିଜେପିର ଏହି ବିଜୟ ସଂକଳ୍ପ ସମାବେଶରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ହେମରଞ୍ଜନ ବାରିକ, ପୂର୍ବତନ ସାଧାରଣ ସମ୍ପାଦକ ସୁବ୍ରତ ମହାନ୍ତି, ବରିଷ୍ଠ ଆଇନଜୀବୀ ବିରଜା ମିଶ୍ର, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି କମଳାକାନ୍ତ ସିଂହ, ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା କମଳାକାନ୍ତ ଦାଶ, ଭଣ୍ଡା ମଣ୍ଡଳ ସଭାପତି ହେମନ୍ତ ମହାନ୍ତ, ସାଧାରଣ ସମ୍ପାଦକ ସରୋଜ ମହାନ୍ତ, ଉଖୁଣ୍ଡା ମଣ୍ଡଳ ସାଧାରଣ ସମ୍ପାଦକ ପର୍ଶୁରାମ ମହାନ୍ତ ପ୍ରମୁଖ ଯୋଗଦେଇ କେନ୍ଦ୍ରର ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ।
କେନ୍ଦ୍ରରେ ମୋଦୀ ସରକାର ଆସିଲେ ମା’ ମାନଙ୍କୁ ପ୍ରତିମାସ ଏକ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ବିଧାୟକ ପାର୍ଥୀ ଅଖିଳ ଚନ୍ଦ୍ର ନାଏକ ପ୍ରକାଶ କରିଥିଲେ । ସମାବେଶରେ ଭଣ୍ଡା ମଣ୍ଡଳ ଅନ୍ତର୍ଗତ ଭୂଇଁପୁର, ଜଜପଶି, ଜ୍ୟୋତିପୁର, ଷଡ଼ଙ୍ଗୀ, ଜାଲି ପଂଚାୟତରୁ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ