କେନ୍ଦୁଝରଜିଲ୍ଲା

ଗ୍ରାମ୍ୟ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ; ଜଙ୍ଗଲ ନିଆଁ ଗାଁ ମୁହାଁ,ଲୋକେ ଭୟଭୀତ

ଧୂଆଁମୟ ରାଜନଗର ଗ୍ରାମ

ପାଟଣା, ୨୨/୦୪ – ହୁହୁ ହୋଇ ଜଳୁଛି ଗ୍ରାମ୍ୟ ଜଙ୍ଗଲ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ରାଜନଗର ଗ୍ରାମର ଦେଓଗାଁ ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟି  ବହୁ ମୂଲ୍ୟବାନ ଗଛ ଜଳିପଡି ନଷ୍ଟ ହୋଇଯାଇଥିବାବେଳେ, ଜଙ୍ଗଲ ନିଆଁ  ଗାଁ ମୁହାଁ ହେଉଥିବାରୁ  ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ସାରା ଗାଁ ଧୂଆଁମୟ ହୋଇଯିବା ସହ ଲୋକେ ଅଣନିଶ୍ଵାସୀ ହୋଇପଡିଛନ୍ତି। ସ୍ଥାନୀୟ ଲୋକେ ପାଣି ବୋହି ନିଆଁ ଲିଭାଇକୁ ଚେଷ୍ଟା କରୁଥିବା ବେଳେ ନିଆଁ ଲିଭା କାର୍ଯ୍ୟରେ ଗୋଟିଏ ଦମକକ ଗାଡ଼ି ନିୟୋଜିତ ହୋଇଛି । ନିଆଁ ଲାଗିବା କାରଣ ଅସ୍ପଷ୍ଟ ଥିବାବେଳେ, ଧୂମ୍ରପାନ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Show More

Related Articles

Back to top button