କେନ୍ଦୁଝରଜିଲ୍ଲା

ଯୋଡ଼ା ରାଧାକୃଷ୍ଣ ମନ୍ଦିରରେ ଚବିଶ ପ୍ରହର ନାମଯଜ୍ଞ, ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ।

ଯୋଡା-୨୧/୦୪ – କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଥିବା ରାଧାକୃଷ୍ଣ ମନ୍ଦିରରେ ତିନିଦିନ ଧରିଚାଲିଥିବା ଚବିଶ ପ୍ରହର ନାମଯଜ୍ଞ ରବିବାର ପୂର୍ଣ୍ଣାହୁତି ହୋଇଛି ।ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ସାମଲ ,ସମ୍ପାଦକ ଶରତ ଚନ୍ଦ୍ର ମହାନ୍ତି, ସଦସ୍ୟ ଗତି ମହାପାତ୍ର, କୀର୍ତ୍ତନ ସହୁଁ, ଅଜୟ ବିହାରୀ, ଅବିନାଶ ମହାନ୍ତି ପ୍ରମୁଖ କହିଛନ୍ତି ଯେ, ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏପ୍ରିଲ ମାସ ୧୯ତାରିଖଠାରୁ ନାମଯଜ୍ଞ ଆରମ୍ଭ ହୋଇ ୨୧ ତାରିଖ ରବିବାର ସମାପନ ହୋଇଛି ।

ପ୍ରତି ଦିବସରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ନାମ ସଙ୍କୀର୍ତ୍ତନ ଶ୍ରବଣ ପାଇଁ ଆସୁଥିଲେ । ପଶ୍ଚିମ ବଙ୍ଗ ତଥା ଅନ୍ୟାନ୍ୟ ଅଞ୍ଚଳରୁ ଆସିଥିବା ୫ଟି ଦଳ ନାମ ସଙ୍କୀର୍ତ୍ତନ କରିଥିଲେ । ରାଧାକୃଷ୍ଣ ବିଗ୍ରହ ଙ୍କ ଦର୍ଶନ ଏବଂ ଗ୍ରହରାଜ ଶନି ଦେବଙ୍କ ଦର୍ଶନ କରି ଆଶିଷ ଲାଭକରିଥିଲେ । ମନ୍ଦିରର ମୁଖ୍ୟ ପୂଜକ ଗୋପବନ୍ଧୁ ଦାଶ ଓ ପ୍ରତାପ କୁମାର ଦାଶ କହିଛନ୍ତି ଯେ, ତିନିଦିନ ଧରି ଚବିଶ ପ୍ରହର ନାମ ଯଜ୍ଞ, ଯୁଗଳ ନାମ ସଙ୍କୀର୍ତ୍ତନ, ହୋମ ଯଜ୍ଞାଦି ସହିତ ଶାଳଗ୍ରାମଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ସ୍ଵେଚ୍ଛାସେବୀ ନିୟୋଜିତ କରାଯାଇଥିଲା । ଆଧ୍ୟାତ୍ମିକ ପରିବେଶରେ ସମସ୍ତ କର୍ମ ସମ୍ପନ୍ନ ହୋଇଥିଲା ।

Show More

Related Articles

Back to top button