କେନ୍ଦୁଝରଜିଲ୍ଲା

ଏନ୍ ସି ସି ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ପାଟଣା/୧୯/୦୪ –  କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟୟନରତ ଯୁକ୍ତ ତିନି ତୃତୀୟ ବର୍ଷର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନ୍ ସି ସି ) ଛାତ୍ରଛାତ୍ରୀଙ୍କୁ ଆଜି ମହାବିଦ୍ୟାଳୟ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। କ୍ରୀଡ଼ା ଶିକ୍ଷକ ତଥା ଏନ୍ ସି ସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ଉତ୍ତର ଓଡ଼ିଶା ସାହିତ୍ୟ ସଂସୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ଅଶ୍ୱିନୀ କୁମାର ସାହୁ, ଅଧ୍ୟାପକ ଯୋଗେଶ୍ୱର ପତି ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବିଦାୟୀ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବା ପାଇଁ ଶୃଙ୍ଖଳା ଓ କଠିନ ନିରବଚ୍ଛିନ୍ନ ଅଧ୍ୟବସାୟ ଜାରି ରଖିବାକୁ ଦିଗ୍ ଦର୍ଶନ ଦେଇଥିଲେ। ପ୍ରାରମ୍ଭରେ ମା’ ତାରିଣୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ପ୍ରଦୀପ ପ୍ରଜ୍ଵଳନ ସହ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା । ଏହାପରେ ପ୍ରଥମ ଓ ଦ୍ଵିତୀୟ ବର୍ଷର ଏନସିସି ଛାତ୍ରଛାତ୍ରୀମାନେ ବରିଷ୍ଠ ମାନଙ୍କଠାରୁ ପାଇଥିବା ପ୍ରେରଣାର ସ୍ମୃତି ଚାରଣ କରିଥିଲେ। ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିଥିବା ଏନସିସି ଛାତ୍ର ସୁବ୍ରତ ମହାନ୍ତ ଓ କେରଳ ପ୍ରଶିକ୍ଷଣ ଶିବିରରେ ଦକ୍ଷତା ଦେଖାଇଥିବା ଏନସିସି ଛାତ୍ର ଆଶୁତୋଷ ଦାଶଙ୍କୁ ଉପାୟନ, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ୪ ଜଣ ଛାତ୍ରଛାତ୍ରୀଙ୍କୁ ବ୍ୟାଜ୍ ପ୍ରଦାନ କରାଯାଇଥିଲା।

Show More

Related Articles

Back to top button