ଅପରାଧକେନ୍ଦୁଝରଜିଲ୍ଲା

କେନ୍ଦୁଝରରେ ୧୧ ଲୁଟେରାଙ୍କୁ ଧରିଲା ପୋଲିସ୍ ।

କେନ୍ଦୁଝର/୧୩/୦୪ –  କେନ୍ଦୁଝର ପୋଲିସକୁ ବଡ଼ ସଫଳତା । ଡକାୟତି ଯୋଜନାବେଳେ ନାବାଳକ ସମେତ ୧୧ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ଏହି  ୧୧ ଜଣ ଲୁଟେରାଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ଏମାନଙ୍କ ଠାରୁ ୨୫୦୦ ଟଙ୍କା, ଲୁହା ରଡ୍, ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ୍ କରାଯାଇଛି ।

ଗତ କିଛି ଦିନ ହେଲା ଏହି ଲୁଟେରା ଗ୍ୟାଙ୍ଗ, ଝୁମ୍ପୁରା ଥାନା ଅଞ୍ଚଳର ବିଭିନ୍ନ ରାସ୍ତାରେ ଯାତାୟତ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ଲୁଟପାଟ୍ କରୁଥିଲେ। ଏପରିକି କେହି ଗାଡ଼ି ନ ଅଟକାଇଲେ ସେମାନଙ୍କୁ ଆକ୍ରମଣ କରୁଥିଲେ ଲୁଟେରା ଗ୍ୟାଙ୍ଗ ।

ଶୁକ୍ରବାର ରାତିରେ ଏମାନେ ଝୁମ୍ପୁରା ଥାନା କଟଲପଶି-ଧାତିକା ରାସ୍ତାରେ ଟ୍ରକ ଏବଂ ଅନ୍ୟାନ୍ୟ ଗାଡ଼ି ଡ୍ରାଇଭରମାନଙ୍କୁ ଭୟଭୀତ କରି ଲୁଟ୍ ଉଦ୍ୟମ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବପାଇଥିଲା ପୋଲିସ୍ । ସୂଚନା ଆଧାରରେ ପରେ ସେଠାରେ ଚଢ଼ାଉ କରିଥିଲା ପୋଲିସ୍ ଟିମ୍ । ୧୧ ଜଣଙ୍କୁ ଧରିବା ସହ ସେମାନଙ୍କଠାରୁ ଟଙ୍କା ଓ ମାରଣାସ୍ତ୍ର ଜବତ କରିଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Show More

Related Articles

Back to top button