
ପାଟଣା/୧୨/୦୪ – କେନ୍ଦୁଝର, ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ, ହାତିବାରୀ ନିକଟରେ ଶୁକ୍ରବାର ସଂଧ୍ୟାରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ, ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଚିଲିଦା ଗ୍ରାମର ପ୍ରକାଶ ନାଏକ। ତାଙ୍କ ସ୍ତ୍ରୀ ସବିତା ନାଏକ ଗୁରୁତର ଭାବରେ ଆହତ ହୋଇଛନ୍ତି । ଉଭୟ ବାଇକ ଯୋଗେ ଚେମେଣା ପଞ୍ଚାୟତରୁ ଚାଉଳ ନେଇ ତୁରୁମୁଙ୍ଗା ବଜାରକୁ ଯାଇଥିଲେ । ସେଠାରେ କାମ ସାରି ବାଇକ୍ ନେଇ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ଏନ୍ଏଚଆଇ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର, ସ୍ୱାମୀ ପ୍ରକାଶ ନାଏକଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣା ପରେ ରାଜପଥରେ ଆଇରନ ଵୋଝଇ ଟ୍ରକ ଗୁଡିକ ବେଆଇନ ପାର୍କିଂ କରୁଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ନେଇ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି । ତୁରୁମୁଙ୍ଗା ପୋଲିସ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।