କେନ୍ଦୁଝରଜିଲ୍ଲା

ମତଦାନ ନିମନ୍ତେ ସଚେତନତା ରାଲୀ  ।

ସାଧାରଣ ନିର୍ବାଚନରେ ମୁକ୍ତ, ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ସଚେତନତା ।

ଯୋଡ଼ା/୦୭/୦୬ – ଆଗମୀ ୨୦୨୪ ସାଧାରଣ ନିର୍ବାଚନରେ ମୁକ୍ତ, ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ଯୋଡ଼ା ପୌରପାଳିକା ପକ୍ଷରୁ ଏକ ସଚେତନତା ରାଲୀ (ଏସଭିଇଇପି)ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ରବିବାର ସକାଳ ୮ଟା ସମୟରେ ପୌର ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ସମସ୍ତ ପୌର କର୍ମଚାରୀ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପର୍ଭାଇଜର ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ପ୍ରଥମେ ପୌର କାର୍ଯ୍ୟଳୟରୁ ବାହାରି ବ୍ଲକ ଛକ, ବନେଇକଳା ବସ୍ତି, କଳାପାହାଡ଼ ଛକ ଓ ଶାସ୍ତ୍ରୀନଗର ଦେଇ ନଗର ପରିକ୍ରମା କରିଥିଲେ।  ଏଥିରେ  ପୌର ନିର୍ବାହୀ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତ, ରାମ ଚନ୍ଦ୍ର ପାତ୍ରଙ୍କ ସମେତ ପୌର କର୍ମଚାରୀ ଓ। ସ୍ୱଚ୍ଛ ସାଥୀ ମାନେ ପ୍ଲା କାର୍ଡ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରିଥିଲେ । ଆଗାମୀ ମେ ୨୫ ତାରିଖରେ ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସମସ୍ତଙ୍କ ସହଯୋଗ ଏହି ରାଲୀର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।

Show More

Related Articles

Back to top button