
ରୋଟାରୀ ଗଭର୍ଣ୍ଣରଙ୍କ ଯୋଡା କ୍ଲବ୍ ପରିଦର୍ଶନ ।
ଯୋଡା/୦୫ା୦୪ – ଅସହାୟକଙ୍କ ନିକଟରେ ପହଞ୍ଚିବା ରୋଟାରୀର ମୂଳ ଲକ୍ଷ୍ୟ । କ୍ଷୁଦ୍ଧାର୍ଥଙ୍କୁ ଖାଦ୍ୟ, ତୃଷାର୍ତ୍ତଙ୍କୁ ଜଳ, ଅସହାୟକଙ୍କୁ ସହାୟତା ଯୋଗାଇଦେବା ରୋଟାରୀଆନଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି ରୋଟାରୀ ଜିଲା – ୩୨୬୨ ର ଗଭର୍ଣ୍ଣର ରୋଟାରୀଆନ ଜୟଶ୍ରୀ ମହାନ୍ତି । ଯୋଡ଼ା କ୍ଳବ୍ ପରିଦର୍ଶନରେ ଆସି ଆୟୋଜିତ ଏକ ସାନ୍ଧ୍ୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସେ ଏହା କହିଛନ୍ତି । ଯୋଡ଼ା ରୋଟାରୀ କ୍ଲବର ସଭାପତି ରୋଟାରୀଆନ ସ୍ନିଗ୍ଧା କରଙ୍କ ଅଧ୍ୟକ୍ଷତାରେ ଯୋଡାସ୍ଥିତ ଟାଟା ଷ୍ଟିଲ ଭ୍ୟାଲି କ୍ଲବ ସଭାଗୃହରେ ଆୟୋଜିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ସହକାରୀ ଗଭର୍ଣ୍ଣର ରୋଟାରୀଆନ ମଙ୍ଗିଲାଲ ବଳଦେବା, ରୋଟାରୀଆନ ତନ୍ମୟ ମହାନ୍ତି ଯୋଗଦେଇଥିଲେ । ସହ ସମ୍ପାଦକ ସ୍ୱରୁପ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ରୋଟାରୀଆନ ସାଇ ଶିବା ମଞ୍ଚ ପରିଚାଳନା କରିଥିଲେ । ରୋଟାରୀଆନ ସିଦ୍ଧାର୍ଥ ସାରଥି କର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ଡା. ମାଧବ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡା. ମୃଦଳା ମହାନ୍ତିଙ୍କୁ ଯୋଡ଼ା ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ରୋଟାରୀ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଶ୍ରୀଯୁକ୍ତ ଅନୀଲ କୁମାର ଗିରିଙ୍କୁ ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଯୋଡ଼ା ରୋଟାରୀ କ୍ଲବ ପକ୍ଷରୁ ସ୍କୁଲ ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ପୂର୍ବ ଅନୁଷ୍ଠିତ ଚିତ୍ରାଙ୍କନ, ତର୍କ ଓ ରଚନାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର-ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଯୋଡା କ୍ଲବର ସମସ୍ତ ସଦସ୍ୟଙ୍କ ସହିତ କେନ୍ଦୁଝର ରୋଟାରୀ କ୍ଲବ ଏବଂ ବଡବିଲ ରୋଟାରୀ କ୍ଲବର ସଦସ୍ୟମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମଟିକୁ ରୋଟାରୀଆନ ବିକାଶ ରଞ୍ଜନ ମହାନ୍ତି, ରୋଟାରୀଆନ ଜିତେନ୍ଦ୍ର ବୈଦ୍ୟ ପରିଚାଳନା କରିଥିଲେ ।
ଏହି ଅବସରରେ ପୂର୍ବାହ୍ନରେ ବାମେବାରୀସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଯୋଡା ରୋଟାରୀ କ୍ଲବ ପକ୍ଷରୁ ପ୍ରଦାନ କରାଯାଥିବା ସ୍ୱଚ୍ଛ, ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଗଭର୍ଣ୍ଣର ଶୁଭ ଉଦ୍ଘାଟନ କରିଥିଲେ । ଯୋଡା ରୋଟାରୀ କ୍ଲବର ଉନ୍ନୟନ ମୂଳକ କାର୍ଯ୍ୟକୁ ଗଭର୍ଣ୍ଣର ଉଚ୍ଚ ପ୍ରସଂଶା କରିଥିଲେ ।
