ରାଜ୍ୟ

ମଲ୍ଟି ସର୍କିଟ ଟ୍ରାନ୍ସମିଶନ ଲାଇନ ସମ୍ଭାବନା ନେଇ ବନ ବିଭାଗ, ବିଦ୍ୟୁତ୍ ବିଭାଗ ଏବଂ ଖଣି କମ୍ପାନୀ ମଧ୍ୟରେ ସମନ୍ଵୟ ବୈଠକ ।

ଯୋଡ଼ା/୦୫/୦୪ – ସିଙ୍ଗଲ ବିଦ୍ୟୁତ୍ ଟ୍ରାନ୍ସମିଶନ ଲାଇନ୍ ନନେଇ କିପରି ମଲ୍ଟି ସର୍କିଟ ଟ୍ରାନ୍ସମିଶନ ଲାଇନର ଉପଯୋଗ କରିହେବ ସେ ନେଇ ଆଜି ଯୋଡ଼ା ଠାରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରସିସିଏଫ୍ ରାଉରକେଲା ପି ରାମ ସ୍ଵାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦୁଝର ଡି ଏଫ୍ ଓ ଧନରାଜ୍ ହନୁମନ୍ତ, ବଣେଇ ଡି ଏଫ୍ ଓ ଲଳିତ ପାତ୍ର, ଓପିଟିସିଏଲ୍, ପାୱାର ଗ୍ରୀଡ, ଟାଟା ପାୱାରର ଅଧିକାରୀଙ୍କ ସମେତ ଯୋଡ଼ା ଏବଂ କୋଇଡ଼ା ଖଣି କ୍ଷେତ୍ରର ୧୧ ଟି ଖଣି କମ୍ପାନୀର ଅଧିକାରୀ ଯୋଗ ଦେଇଥିଲେ । ଏହି ଖଣି କ୍ଷେତ୍ରରେ ଯେଉଁ ସବୁ କମ୍ପାନୀ ଗୁଡ଼ିକ ସିଙ୍ଗଲ୍ ଟ୍ରାନ୍ସମିଶନ ଲାଇନ୍ ବ୍ୟବହାର କରୁଛନ୍ତି ସେଗୁଡିକୁ କିପରି ମଲ୍ଟି ସର୍କିଟ ଟ୍ରାନ୍ସମିଶନ ଲାଇନରେ ପରିବର୍ତ୍ତନ କରିହେବ ସେ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା । ବିଶେଷ କରି ଯେଉଁ ସବୁ ଟ୍ରାନ୍ସମିଶନ ଲାଇନ୍ ଜଙ୍ଗଲ ଦେଇ ଯାଇଛି ସେଗୁଡିକୁ ପ୍ରାଥମିକତା ଦେଇ ଏହି ମଲ୍ଟି ସର୍କିଟ ଟ୍ରାନ୍ସମିଶନ ଲାଇନର ସମ୍ଭାବନାକୁ ଆପଣାଇବା ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ସମସ୍ତେ ପୃଥକ୍ ଭାବରେ ଟ୍ରାନ୍ସମିଶନ ଲାଇନ୍ ନ ନେଇ ଆଗାମୀ ୫ରୁ ୧୦ ବର୍ଷ ଭିତରେ କେଉଁ ସଂସ୍ଥାର କେତେ ବିଦ୍ୟୁତର ଆବଶ୍ୟକତା ରହିଛି ସେହି ଅନୁସାରେ ଏକ ଯୋଜନା ପ୍ରସ୍ତୁତ କରି ମଲ୍ଟି ସର୍କିଟ ଟ୍ରାନ୍ସମିଶନ ଲାଇନ୍ ନେଲେ ଆଉ ଅଲଗା ଅଲଗା ଟାୱାର କରିବାକୁ ପଡ଼ିବ ନାହିଁ । ଗୋଟିଏ ଟାୱାରରେ ହିଁ ଏକାଧିକ ଟ୍ରାନ୍ସମିଶନ ଲାଇନ୍ ଯାଇପାରିବ । ଏହାଦ୍ଵାରା ବନ୍ୟପ୍ରାଣୀ ସୁରକ୍ଷିତ ରହିବା ସହ ଜଂଗଲର ସଂରକ୍ଷଣ ହୋଇପାରିବ ବୋଲି କେନ୍ଦୁଝର ଡିଏଫ୍ ଓ କହିଛନ୍ତି । ଏହି ମଲ୍ଟି ସର୍କିଟ ଟ୍ରାନ୍ସମିଶନ ଲାଇନ୍ ପାଇଁ କିଛି କମ୍ପାନୀ ସହମତି ପ୍ରଦାନ କରିଥିବା ସେ କହିଛନ୍ତି ।

Show More

Related Articles

Back to top button