କେନ୍ଦୁଝରଜିଲ୍ଲା

ଶ୍ରୀ ମେଟାଲିକ୍ସ ଏବଂ ଆଶାର ଦ୍ଵାର ଫାଉଣ୍ଡେସନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ।

୪ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ହେଲେ ଉପକୃତ ।

ବଡ଼ବିଲ/୦୪/୦୩ – ଶ୍ରୀ ମେଟାଲିକ୍ସ ଏବଂ ଆଶାର ଦ୍ଵାର ଫାଉଣ୍ଡେସନ ପକ୍ଷରୁ କେନ୍ଦୁଝର ଜିଲ୍ଲା ଲୋଇଡ଼ାପଦା ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଧବାର ଲୋଇଡ଼ାପଦା ସ୍ଥିତ ଶ୍ରୀମେଟାଳିକ୍ସ କାରଖାନା କ୍ୟାମ୍ପସରେ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି ଶିବିରରେ ଗୁଆଲି ଓ ଲୋଇଡ଼ାପଦା, ଏହି ଦୁଇଟି ପଞ୍ଚାୟତର  ୪ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ ।

ଦୁଇ ଜଣ ଡାକ୍ତର, ୧୦ ଜଣ ଟେକନିସିଆନଙ୍କ ସମେତ ଭୂମିକା ଆଇ ହସ୍ପିଟାଲର ପ୍ରାୟ ୨୭ ଜଣ କର୍ମଚାରୀ ଶିବିରରେ ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ । ଚକ୍ଷୁ ପରୀକ୍ଷା ପରେ ରୋଗୀଙ୍କୁ ମାଗଣାରେ ଔଷଧ ଏବଂ ଚଷମା ମଧ୍ୟ ଯୋଗାଇ ଦିଆଯାଇଥିଲା । ଯେଉଁ ମାନଙ୍କୁ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ପରେ ସେମାନଙ୍କୁ କମ୍ପାନୀ ପକ୍ଷରୁ କେନ୍ଦୁଝର ସ୍ଥିତ ଭୂମିକା ଆଇ ହସ୍ପିଟାଲରେ ନିଆଯାଇ ସମ୍ପୂର୍ଣ ମାଗଣାରେ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯିବ ବୋଲି କମ୍ପାନୀ ଅଧିକାରୀ ସତ୍ୟ ସୁନ୍ଦର କର ସୂଚନା ଦେଇଛନ୍ତି ।

ଏହି ଅବସରରେ ଦ୍ରୌପଦିଦେବୀ ୱେଲଫେୟାର ସଂସ୍ଥା ପକ୍ଷରୁ ମାଗଣାରେ ସାନିଟାରୀ ପ୍ୟାଡ୍ (ସାଞ୍ଚି) ବଣ୍ଟନ କରାଯାଇଥିଲା । ସଂସ୍ଥାର କର୍ମକର୍ତ୍ତାମାନେ, ଶିବିରକୁ ଆସିଥିବା ଗ୍ରାମବାସୀ ମାନଙ୍କୁ ସଚେତନ କରାଇବା ସହ ସାନିଟାରୀ ପ୍ୟାଡ୍ ଯୋଗାଇ ଦେଇଥିଲେ ।

Show More

Related Articles

Back to top button