
ଦୂରଦୂରାନ୍ତରୁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ।
ପାଟଣା/୦୩/୦୪ – ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ ବି ତହସିଲଦାରଙ୍କ ଦେଖା ମିଳୁନି । ଟାଣ ଖରାରେ ଦୁରଦୁରାନ୍ତରୁ ତହସିଲକୁ କାମ ପାଇଁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା, ପାଟଣା ତହସିଲରେ ଦେଖିବାକୁ ମିଳିଛି କିଛି ଏଭଳି ଚିତ୍ର । ବୁଧବାର ଦିନ ୧୧ଟା ବାଜି ସାରିଥିଲେ ବି ତହସିଲଦାର ଲୀଳାବତୀ ନାଏକଙ୍କୁ ଅଫିସରେ ଦେଖାବାକୁ ମିଳିନଥିଲା, ଫଳରେ ଜମିବାଡ଼ି ସଂପର୍କୀତ ମାମଲା ପାଇଁ ଆସିଥିବା ଲୋକେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି । ସମସ୍ୟା ଦିନେ କି ଦୁଇ ଦିନର ନୁହେଁ, ମାସ ମାସ ଧରି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଘଣ୍ଟା ଘଣ୍ଟା ଅପେକ୍ଷା କଲେବି ତହସିଲଦାର ମ୍ୟାଡାମଙ୍କ ଦେଖା ମିଳୁ ନଥିବା କଟାବେଡା ଗ୍ରାମର ତରୁଲତା ମହାନ୍ତ ଏବଂ ତୁରୁମୁଙ୍ଗାର ତୋଫାନ ସେଠୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପାଟଣା ତହସିଲଦାର ଲୀଳାବତୀ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍ ଉଠାଇ ନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ । ଆଜି ସେ ଦିନ ୧୧. ୪୫ ରେ କାର୍ଯ୍ୟାଳୟକୁ ଆସିଥିବା ଜଣାପଡ଼ିଛି।