କେନ୍ଦୁଝରଜିଲ୍ଲା

ବାଲି ଚୋରା ଚାଲାଣ ବେଳେ ମାଡ଼ିବସିଲେ ତସିଲଦାର,ବାଲି ବୋଝେଇ ଟ୍ରାକ୍ଟର ଜବତ୍ ।

ଚମ୍ପୁଆ/୦୩/୦୪ – ଅରଡ଼େଇ ନଦୀରୁ ବାଲି ଚୋରା ଚାଲାଣ କରିବା ବେଳେ ଚମ୍ପୁଆ ତହସିଲଦାରଙ୍କ ଅତର୍କିତ ଚଢ଼ାଉ । ବାଲି ବୋଝେଇ ଟ୍ରାକ୍ଟରକୁ ଜବତ୍ କଲେ ତହସିଲଦାର ।

ଖବର ଅନୁସାରେ, ଚମ୍ପୁଆ ତହସିଲ ଅନ୍ତର୍ଗତ ବଡ଼ନଈ ପଞ୍ଚାୟତ ଗମ୍ଭାରୀଆ ଗ୍ରାମ ଅରଡ଼େଇ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଟ୍ରାକ୍ଟର ଯୋଗେ ଚୋରା ଚାଲାଣ କରୁଥିବା ସମୟରେ ଚମ୍ପୁଆ ତହସିଲଦାର୍ କୌଣସି ସୂତ୍ରରୁ ଖବର ପାଇ ଗମ୍ଭାରୀଆ ଅରଡେଇ ନଦୀ ବାଲି ଘାଟରେ ଅତର୍କିତ ଚଢ଼ାଉ କରିଥିଲେ । ବାଲି ଘାଟରୁ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ୍ କରିବା ସହ ଟ୍ରାକ୍ଟର ଡ୍ରାଇଭରକୁ ମଧ୍ୟ ଅଟକ ରଖିଥିବା ଜଣାପଡିଛି । ଲୋକଙ୍କ କହିବା ଅନୁଯାୟୀ, ଟ୍ରାକ୍ଟରଟି ସ୍ଥାନୀୟ ଅଞ୍ଚଳର ହେଇଥିବା ବେଳେ ଉକ୍ତ ଅଞ୍ଚଳରୁ ପ୍ରତିଦିନ ଟ୍ରାକ୍ଟର ଯୋଗେ ଏହି ପରି ବେଆଇନ ବାଲି ଚୋରା ଚାଲାଣ କରୁଥିବା ଯୋଗୁଁ ଗ୍ରାମବାସୀମାନେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Show More

Related Articles

Back to top button