ଅପରାଧ

ଲକି ଇଣ୍ଡିଆ ହୋଟେଲ ଷ୍ଟାଫ୍ କ୍ୱାଟରରୁ ଆସିଷ୍ଟାଣ୍ଟ ସେଫଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

ବଡ଼ବିଲ/୦୩/୦୪ – ବଡ଼ବିଲ ସ୍ଥିତ ଲକି ଇଣ୍ଡିଆ ହୋଟେଲ ଷ୍ଟାଫ୍ କ୍ୱାଟରରୁ ଆଜି ଜଣେ ଆସିଷ୍ଟାଣ୍ଟ ସେଫଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଯାଜପୁର ଜିଲ୍ଲା, ବରି ଅରଙ୍ଗାବାଦ ଅଞ୍ଚଳର ପବିତ୍ର କିଶୋର ଦାସ । ମୃତ୍ୟୁ ଖବର ଶୁଣି ଆଜି ପରିବାର ଲୋକେ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ଷ୍ଟାଫ୍ ରୁମର ସିଲିଂ ଫ୍ୟାନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ପରିବାର ଲୋକଙ୍କ କହିବା କଥା ପବିତ୍ର ଗତ ୨୮ ତାରିଖରେ ଲକି ଇଣ୍ଡିଆ ହୋଟେଲରେ ସେଫ୍ ଭାବରେ କାମରେ ଯୋଗ ଦେଇଥିଲେ । ତେବେ ସେ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇ ଥିବା ନେଇ ସନ୍ଦେହ ପ୍ରକଟ କରିବା ସହ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ମୃତ ଦେହକୁ ଜବତ୍ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ଛାନଭିନ୍ ଆରମ୍ଭ କରିଛି ପୋଲିସ୍ ।

Show More

Related Articles

Back to top button