ରାଜ୍ୟ

ପରଲୋକରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ।

ଭୁବନେଶ୍ବର/୦୧.୦୪ – ଆରପାରିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ପରଲୋକ ହୋଇଥିବା ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସେ କହିଛନ୍ତି। ଦୀର୍ଘ ଦିନ ଧରି କର୍କଟରୋଗରେ ଆକ୍ରାନ୍ତ ଥିଲେ ଶାନ୍ତିଲତା । ଗତକାଲି ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତୁରନ୍ତ ଭୁବନନେଶ୍ବର ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ସନ୍ଧ୍ୟା ୮ ଟା ୧୦ରେ ଚିକିତ୍ସା ଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ରହିଛି ।

ଶାନ୍ତିଲତା ଭଜନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଶାନ୍ତିଲତା । ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ, ଜଗନ୍ନାଥ ଭଜନ ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା। ସେ ଅନେକ ଲୋକପ୍ରିୟ ଭଜନ ଗାଇ ଲୋକଙ୍କ ମନରେ ଅଲିଭା ଛାପ ଛାଡ଼ିଯାଇଛନ୍ତି ।

Show More

Related Articles

Back to top button