ଅପରାଧ

କଳା ପଲସରରେ ଆସିଲେ, ରାଜପଥରେ ଗୁଳି ଫୁଟାଇ ଦମ୍ପତିଙ୍କ ଠାରୁ ଲୁଟିନେଲେ  ।

ଆନନ୍ଦପୁର/୨୯/୦୩/ – ଜାତୀୟ ରାଜପଥରେ କଳା ପଲସର୍ ଆତଙ୍କ । ସ୍କୁଟିରେ ଯାଉଥିବା ଦମ୍ପତିଙ୍କୁ ପ୍ରଥମେ ଧକ୍କାଦେଲେ ଓ ପରେପରେ ବନ୍ଦୁକରୁ ଗୁଳି ଫୁଟାଇ ଲୁଟିନେଲେ । ବନ୍ଧୁକ ମୁନରେ ପତ୍ନୀଙ୍କ ବେକରୁ ସୁନା ଚେନ୍, ମଙ୍ଗଳସୁତ୍ର ଓ କାନଫୁଲ ଲୁଟି ନେଇଗଲେ ଦୃବୃର୍ତ୍ତ । ଆନନ୍ଦପୁର ଉପଖଣ୍ଡ ଦେଇ ଯାଇଥିବା ୨୦ନଂ ଜାତୀୟ ରାଜପଥର ବିରଗୋବିନ୍ଦପୁର ଛକ ନିକଟରେ ଦିନ ଦ୍ଵିପହରରେ ଏଭଳି ଅଭାବନୀୟ ଘଟଣା ଘଟିଛି ା

ସୂଚନା ଅନୁସାରେ, ଘଟଗାଁ ଥାନା, ବରବେଡା ଗାଁର  ଦମ୍ପତି, ନିଗମ ପ୍ରଶାଦ ସାହୁ ଓ ତାଙ୍କ ପତ୍ନୀ ଲଜ୍ଜା ରାଣୀ ସାହୁ ନିଜ ସ୍କୁଟି ଯୋଗେ ଘଷିପୁରା ଥାନା ଟୋଲଙ୍କପଡା ଅଭିମୁଖେ ଯାଉଥିଲେ । ଦମ୍ପତ୍ତି ରାସ୍ତାରେ ଯାଉଥିବା ସମୟରେ ବିରଗୋବିନ୍ଦପୁର ଛକ ପାଖରେ ୩ ଜଣ ମୁଖାପିନ୍ଧା ଦୃବୃର୍ତ୍ତ ଏକ କଳା ପଲସରରେ ଦୃତ ଗତିରେ ଆସି ପ୍ରଥମେ ସ୍କୁଟିକୁ ସାଇଜ୍ ମାରିଥିଲେ । ପରେ ପରେ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇ ଆତଙ୍କ ଖେଳାଇ ଲୁଟପାଟ୍ କରିଥିଲେ ଏବଂ ଘଟଗାଁ ରାସ୍ତାରେ ବିଜୁଳି ବେଗରେ ପଳାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଘଷିପୁରା ପୋଲିସ୍, ଘଟଣା ସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି । ତେବେ ସ୍ପଷ୍ଟ ଦିବାଲୋକରେ ତାହା ପୁଣି ଜାତୀୟ ରାଜପଥରେ, କଳା ପଲସରରେ ଆସି ଏଭଳି ଢଙ୍ଗରେ ଲୁଟି ଦୃବୃର୍ତ୍ତ ଫେରାର ହୋଇଯିବା ପୋଲିସ ପାଇଁ ଚାଲେଞ୍ଜ ହୋଇଛି ।

Show More

Related Articles

Back to top button