
ଭୁବନେଶ୍ୱର/୨୭/୦୩ – ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ଲୋକସଭା ଏବଂ ୭୨ଟି ବିଧାନସଭା ଆସନ ପାଇଁ ନାମ ଘୋଷଣା କରିଛନ୍ତି ।
ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ପ୍ରାର୍ଥୀ …...
ଲୋକସଭା :
ଭୁବନେଶ୍ୱର ଲୋକସଭା ଆସନରେ ମନ୍ମଥ ରାଉତରାୟ, ମୟୁରଭଞ୍ଜର – ସୁଦାମ ମାରାଣ୍ଡି, କେନ୍ଦ୍ରାପଡା – ଅଂଶୁମାନ ମହାନ୍ତି, ସୁନ୍ଦରଗଡ – ଦୀଲିପ ତିର୍କୀ, ସମ୍ବଲପୁର – ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର – ପ୍ରଦୀପ ମାଝୀ, ଆସିକା – ରଞ୍ଜିତା ସାହୁ, କଳାହାଣ୍ଡି – ଲମ୍ବୋଧର ନିଆଲ ଏବଂ କୋରାପୁଟରୁ କୌଶଲ୍ୟା ହିକ୍କକାଙ୍କୁ ଟିକେଟ ଦେଇଛି ବିଜେଡି ।
ବିଧାନସଭା :
ଜଟଣୀରୁ ବିଭୂତିଭୂଷଣ ବଳବନ୍ତରାୟ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲାରୁ ରମେଶଚନ୍ଦ୍ର ବେହେରା, ନୟାଗଡ଼ରୁ ଅରୁଣ କୁମାର ସାହୁ, ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ, ପୋଲସରାରୁ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଛତ୍ରପୁର-ସୁବାସଚନ୍ଦ୍ର ବେହେରା, ସୋରଡ଼ା-ସଂଘମିତ୍ରା ସ୍ୱାଇଁ, ହିଞ୍ଜିଳିରୁ ନବୀନ ପଟ୍ଟନାୟକ, ଗୋପାଳପୁରରୁ ବିକ୍ରମ କୁମାର ପଣ୍ଡା, ଦିଗପହଣ୍ଡିରୁ ବିପ୍ଲବ ପାତ୍ର, ଚିକିଟିରୁ ଚିନ୍ମୟସୁନ୍ଦର,କୋଟପାଡ଼ରୁ ଚନ୍ଦ୍ରଶେଖର ମାଝୀ, ମାଲକାନଗିରି-ମାନସ ମାଡ଼କାମୀ, କୋରାପୁଟରୁ ରଘୁରାମ ପୋଡ଼ାଲ, ଘସିପୁରାରୁ ବଦ୍ରିନାରାୟଣ ପାତ୍ର, ପାଟଣାରୁ ଜଗନ୍ନାଥ ନାଏକଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି ।
ସେହିପରି ବଡ଼ମ୍ବାରୁ ଦେବୀପ୍ରସାଦ ମିଶ୍ର,ବାଙ୍କିରୁ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚୌଦ୍ୱାରରୁ ସୌଭିକ ବିଶ୍ୱାଳ, କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା, ନିଆଳିରୁ ପ୍ରମୋଦ ମଲ୍ଲିକ, ପାଟକୁରାରୁ ଅରବିନ୍ଦ ମହାପାତ୍ର, ଆଳିରୁ ପ୍ରତାପ କେଶରୀ ଦେବ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ରାଜନଗରରୁ ଧ୍ରୁବ ସାହୁ, ପୁରୀରୁ ସୁନୀଲ ମହାନ୍ତି, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ରପ୍ରତାପ ମହାରଥୀଙ୍କ ଉପରେ ବିଜେଡି ଭରସା କରିଛି ।
ଅନ୍ୟପଟେ ଗୁଣୁପୁର ବିଧାନସଭାରୁ ରଘୁନାଥ ଗମାଙ୍ଗ, ବିଷମ କଟକରୁ ଜଗନ୍ନାଥ ସାରକା, ରାୟଗଡ଼ାରୁ ଅନୁସୟା ମାଝୀ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରୀତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲୀରୁ ସୁଶାନ୍ତ ସିଂ, ଜଳେଶ୍ୱରରୁ ଅଶ୍ୱିନୀ ପାତ୍ର, ବସ୍ତାରୁ ସୁବାସିନୀ ଜେନା, ଭଣ୍ଡାରୀପୋଖରୀରୁ ସଞ୍ଜିବ ମଲ୍ଲିକ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ, ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତ, ଧାମନଗରରୁ ସଞ୍ଜୟ ଦାସ, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡ଼େଇ, ଢେଙ୍କାନାଳରୁ ସୁଧୀର ସାମଲ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଳ୍ଲିକ, ପରଜଙ୍ଗରୁ ନୃସିଂହ ସାହୁ, ପାଲଲହଡ଼ାରୁ ମୁକେଶ ପାଲ, ଛେଣ୍ଡିପଦାରୁ ସୁଶାନ୍ତ ବେହେରା, ସୋନପୁରରୁ ନିରଞ୍ଜନ ପୂଜାରୀ, ଲୋଇସିଂହାରୁ ନିହାରରଞ୍ଜନ ବେହେରା,ପାଟଣାଗଡ଼ରୁ ସରୋଜ ମେହେରଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ବଲାଙ୍ଗିରରୁ କଳିକେଶ ନାରାୟଣ ସିଂହଦେଓଙ୍କ ନାଁ ଦଳ ପ୍ରାର୍ଥୀ ପାଇଁ ଚୟନ କରିଥିଲାବେଳେ, ଟିଟିଲାଗଡ଼ରୁ ଟୁକୁନି ସାହୁ, ନୂଆପଡ଼ାରୁ ରାଜେନ୍ଦ୍ର ଢ଼ୋଲକିଆ, ଉମରକୋଟରୁ ମାମିନା ନାୟକ,ଝରିଗାଁରୁ ରମେଶଚନ୍ଦ୍ର ମାଝୀ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଡାବୁଗାଁରୁ ମନୋହର ରନ୍ଧାରୀ, ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣାରୁ ଲତିକା ନାୟକ, ଜି.ଉଦୟଗିରିରୁ ସାଲୁଗା ପ୍ରଧାନ, କଣ୍ଟାମାଳରୁ ମହୀଧର ରଣା, ବୌଦ୍ଧରୁ ପ୍ରଦୀପ ଅମାତଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।