ରାଜ୍ୟ

ହୋଲିରେ ଅଘଟଣ; ବିଭିନ୍ନ ସ୍ଥାନରେ ପୋଖରୀରେ ବୁଡ଼ି ୩ ମୃତ ।

ଡେସ୍କ/୨୬/୦୩ – ହୋଲିରେ ଅଘଟଣ, ବିଭିନ୍ନ ସ୍ଥାନରେ ପୋଖରୀରେ ବୁଡ଼ି ୩ ମୃତ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡ଼ା ଗାଁରେ ଘଟିଛି ଦୁଃଖଦ ଘଟଣା । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣଙ୍କ ହେଉଛନ୍ତି ଆୟୁଷ୍ମାନ ପାତ୍ର । ସେ ହୋଲି ଖେଳି ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ସେ ପାଣିରେ ବୁଡ଼ି ଯାଇଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି କଟକ ସାଲେପୁର କରମୁଆଁ, ଛାଣିପୁରର  ଯୁକ୍ତ ଦୁଇ ଛାତ୍ର ଆଶିଷ କୁମାର ଦାସ ସାଙ୍ଗମାନଙ୍କ ସହିତ ହୋଲି ଖେଳି ସାରି ଗାଧେଇବାକୁ ଯାଇଥିଲେ। ମାତ୍ର ପୋଖରୀରେ ଗୋଡ଼ ଖସିଯିବାରୁ ସେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ, ତେବେ ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ପାରାଦୀପ ଲକ୍‌ ଥାନା କତକୁଲା ଗାଁରେ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

Show More

Related Articles

Back to top button