
ରାଜ୍ୟ
ବୁଲା କୁକୁରଙ୍କ କାମୁଡ଼ାରେ ତୃଷାର୍ତ୍ତ ହରିଣ ମୃତ !
ପାଟଣା/୨୪/୦୩ – କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅନ୍ତର୍ଗତ ସାହାରପଡ଼ା ପ୍ରଧାନ ସାହିରେ ଆଜି ଏକ ଅଣ୍ଡିରା ହରିଣର ମୃତ୍ୟୁ ହୋଇଛି । ହରିଣଟି ପାଖ ଜଙ୍ଗଲରୁ ପାଣି ପିଇବା ଆଶାରେ ଗାଁ ନିକଟକୁ ଚାଲି ଆସିଥିବା ସମୟରେ କିଛି ବୁଲା କୁକୁର ଆକ୍ରମଣ କରିଥିଲେ, ଫଳରେ ତା’ର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖବର ପାଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହରିଣର ମୃତଦେହକୁ ଉଦ୍ଧାର କରିଥିଲେ । ପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ବ୍ୟବଛେଦ କରାଇ ସେକ୍ସନ କାର୍ଯ୍ୟାଳୟ ପରିସରରେ ପୋତି ଦେଇଥିବା ସାହାରପଡ଼ା ବନପାଳ ଭୂପତି ସେଠୀ ସୂଚନା ଦେଇଛନ୍ତି । ହରିଣର ଏଭଳି ମୃତ୍ୟୁ ପଶୁ ପ୍ରେମୀଙ୍କୁ ମର୍ମାହତ କରିଛି ।