ଅପରାଧ

ଭିଜିଲାନ୍ସ ଜାଲରେ ହାଇସ୍କୁଲ ପ୍ରଧାନ ଶିକ୍ଷକ । ଭିଜିଲାନ୍ସ ଟିମକୁ ଦେଖି ବ୍ୟାଙ୍କ ଜମା କାଉଣ୍ଟର ଫଏଲକୁ ଗିଳି ପକାଇଲେ ପ୍ରଧାନ ଶିକ୍ଷକ ।

କଳାହାଣ୍ଡି/୨୧/୦୩ – ୫ଟି କାମରେ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ ହୋଇଥିବା ୫ଟି ବିଲ୍ଡିଂ କାମର ବିଲ କରିଦେବା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡି ଠିକାଦାର ଜୟରାମ ସାହୁଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଲେ । ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡି ଏହି ଲାଞ୍ଚ ଟଙ୍କା ତାଙ୍କ ବାପାଙ୍କ ବ୍ୟାଙ୍କ୍ ଖାତାରେ ଜମା ଦ୍ଵାରା ନେଇଥିଲେ । ତେବେ ଭିଜିଲାନ୍ସ ଟିମକୁ ଦେଖି ବ୍ୟାଙ୍କ ଜମା କାଉଣ୍ଟର ଫଏଲକୁ ଗିଳି ଦେଇଥିଲେ ପ୍ରଧାନ ଶିକ୍ଷକ। ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡିଙ୍କ ସ୍କୁଲ ଅଫିସ ଓ ବାସଭବନରେ ଚଢ଼ାଉ କରାଯିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି । ପରେ ସଂପୃକ୍ତ ବ୍ୟାଙ୍କରୁ ଡିପୋଜିଟ ସଂପର୍କୀତ ପ୍ରମାଣ ଆଣିବାପରେ ଏହି ସନ୍ଦର୍ଭରେ କୋରାପୁଟ ଭିଜିଲାନ୍ସ ଥାନା କେସ୍ ନମ୍ବର ୦୭/୨୪ ଅନୁଭାଗ ୭ ପି.ସି. (ସଂଶୋଧନ) ଅଧିନିୟମ, ୨୦୧୮ ପଞ୍ଜିକୃତ ହୋଇଛି । ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡିଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ଅଧିକ ତଦନ୍ତ ଜାରୀ ରଖିଛି ।

Show More

Related Articles

Back to top button