ରାଜନୀତିରାଜ୍ୟ

କଂଗ୍ରେସରେ ଯୋଗଦାନ ପରେ ଯୋଶବନ୍ତଙ୍କୁ ଚମ୍ପୁଆ କଂଗ୍ରେସ ତରଫରୁ ସ୍ବାଗତ ।            

ଚମ୍ପୁଆ/୧୭/୦୩ – ବିଜେଡି ଛାଡି କଂଗ୍ରେସରେ ଯୋଗଦାନ ପରେ ଆଜି ଚମ୍ପୁଆ କଂଗ୍ରେସ ତରଫରୁ ପୂର୍ବତ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଚମ୍ପୁଆ ନଗର କଂଗ୍ରେସ୍ ସଭାପତି ସଫାକତ୍ ଅନସାରୀଙ୍କ ନେତୃତ୍ବରେ ଯୋଡ଼ା କଂଗ୍ରେସ ନଗର ସଭାପତି ସୁବ୍ରତ ନାଏକ, ବଡ଼ବିଲ ନଗର ସଭାପତି ରୂପ ରଞ୍ଜନ ସାହୁ୍, ସଂପାଦକ ଅନିଲ ମହାନ୍ତ, ଚମ୍ପୁଆ ଯୁବ କଂଗ୍ରେସ ସଭାପତି ଗିରିପ୍ରିୟ ଉମାକାନ୍ତ ସାହୁ, ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ଆଦିତ୍ୟ ଦିବ୍ୟ ସିଂ ପ୍ରମୁଖ ତାଙ୍କ ରାମଲାଲ ସ୍ଥିତ ବାସଭବନରେ ପହଞ୍ଚି ଯଶୋବନ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଆଗାମୀ ଦିନରେ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକାଶ ଥାଉ କି ଗତ ୧୫ ତାରିଖରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପୂର୍ବତନ ବିଜେଡି ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ଓ ତାଙ୍କ ପତ୍ନୀ ତଥା ବିଜେଡିର ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରୀ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଯଶୋବନ୍ତ ୨୦୦୯ ରୁ ୨୦୧୪ ଏବଂ ଶକୁନ୍ତଳା ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ତିକଟରୁ କେନ୍ଦୁଝର ଲୋକ ସଭା ଆସନରୁ ବିଜୟୀ ହୋଇଥିଲେ । ତେବେ କେନ୍ଦୁଝରରେ କଂଗ୍ରେସର ସ୍ଥିତି ଅତ୍ୟଧିକ ଦୁର୍ବଳ ରହିଛି । ଏଭଳି ସମୟରେ ଦୁଇ ପୂର୍ବତନ ସାଂସଦଙ୍କ କଂଗ୍ରେସରେ ଯୋଗଦାନ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ବର୍ଦ୍ଧନ କରିଛି ।

Show More

Related Articles

Back to top button