ରାଜନୀତିରାଜ୍ୟ

ନିର୍ବାଚନ ୨୦୨୪ ପୂର୍ବରୁ ରାଜ୍ୟ କଂଗ୍ରେସର ୧୦ ଗ୍ୟାରେଣ୍ଟି । ଜାଣନ୍ତୁ ଏହି ୧୦ ଗ୍ୟାରେଣ୍ଟି ସମ୍ପର୍କରେ ..

ଭୁବନେଶ୍ୱର/୧୫/୦୩ – ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ରାଜ୍ୟ କଂଗ୍ରେସର ଦେଇଛି ୧୦ ଗ୍ୟାରେଣ୍ଟି । ଭୋଟରଙ୍କୁ ଆକର୍ଷିତ କରିବାପାଇଁ ଏହି ୧୦ ଗ୍ୟାରେଣ୍ଟି ଆଣିଛି କଂଗ୍ରେସ । କଂଗ୍ରେସର ଏହି ଗ୍ୟାରେଣ୍ଟିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ନିର୍ବାଚନ ଇସ୍ତାହାର ପ୍ରକାଶ କରିବା ପୂର୍ବରୁ କଂଗ୍ରେସର ଏହି ଗ୍ୟାରେଣ୍ଟି ରାଜ୍ୟବାସୀଙ୍କ ଉପରେ କେତେ ପ୍ରଭାବ ପକାଇବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆସନ୍ତୁ ଜାଣିବା କ’ଣ ଏହି ୧୦ ଗ୍ୟାରେଣ୍ଟି ।

୧. ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା । କୃଷିଋଣ ଛାଡ଼ । କୃଷକ ପାଇଁ ମାସିକ ପେନ୍‌ସନ୍‌ ୨୦୦୦ ଟଙ୍କା ।
୨. ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ ।
୩. ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା । ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା ।
୪. ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ ।
୫. ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା ।
୬. ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର ।
୭. ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ।
୮. ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ।
୯. ରାଜ୍ୟରେ ଜାତିଭିତ୍ୟିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ୠକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ।
୧୦. ଚିଟ୍‌ଫଣ୍ଡ ଦ୍ବାରା ପ୍ରଭାବିତ ହୋଇଥିବା ଜମାକାରୀମାନଙ୍କୁ ୬ମାସ ଭିତରେ ଟଙ୍କା ଫେରସ୍ତ ଦିଆଯିବ ।

Show More

Related Articles

Back to top button