ଅପରାଧକେନ୍ଦୁଝରଜିଲ୍ଲା

ଜଙ୍ଗଲରୁ କରୁଥିଲେ ଚୋରି!  ଧରାପଡ଼ିଲେ ୨ ଖଣିଜ ମାଫିଆ, ହାଇୱା, ଲୋଡ଼ର ଓ ବାଇକ୍ ଜବତ୍

ଯୋଡ଼ା/୧୨/୦୬ –
କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଧିନ ପିଢ଼ପୋଖରୀ ଜଙ୍ଗଲ ଅଞ୍ଚଳରେ ବନ ବିଭାଗ ଓ ପୋଲିସ ମିଳିତ ଚଢ଼ଉ କରି, ଲୁହା ପଥର ବୋଝେଇ ୨ଟି ହାଇୱା, ଗୋଟିଏ ଲୋଡ଼ର ଓ ଗୋଟିଏ ବାଇକ୍ ଜବତ୍ କରିବା ସହ ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଖଣିଜ ମାଫିଆଙ୍କୁ ଗିରଫ୍ କରିଛନ୍ତି ।

ଗିରଫ୍ ଦୁଇ ଅଭିଯୁକ୍ତ ହେଲେ,ବଡ଼ବିଲ ଶ୍ରୀରାମ ନଗର ଅଞ୍ଚଳର ମହମ୍ମଦ ଫରମାନ୍ ଏବଂ  ସୁନ୍ଦରଗଡ଼ କୋଇଡ଼ା ମିଥିଳା ଅଞ୍ଚଳର ଗଣେଶ ଦେହୁରି ।

ଗୁରୁବାର ବିଳମ୍ବିତ ରାତିରେ ପିଢ଼ପୋଖରୀ ଜଙ୍ଗଲ ଅଞ୍ଚଳରେ ଚୋରା ଲୁହାପଥର ଲୋଡିଂ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପରେ ପୋଲିସ ଓ ବନ ବିଭାଗ ମିଳିତ ଭାବେ ସେଠାରେ ଚଢ଼ାଉ କରିଥିଲେ।

ଦୁଇଟି ଟ୍ରକ୍‌ରେ ପ୍ରାୟ ୫୮ ମେଟ୍ରିକ୍ ଟନ୍ ଉନ୍ନତ ମାନର ଲୁହାପଥର ବୋଝେଇ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବାମେବାରୀ ଥାନା ଆଇଆଇସି ଝଶକେତନ ଭୋଇ ସୂଚନା ଦେଇଛନ୍ତି ।

Show More

Related Articles

Back to top button