ଅପରାଧକେନ୍ଦୁଝରଜିଲ୍ଲାରାଜ୍ୟ

ସିନ୍ଧି ଚୋର ସହିତ ଗହଣା ଦୋକାନୀ ଗିରଫ୍ । ସୁନା,  ଚାନ୍ଦି ଅଳଙ୍କାର ଓ ବାଇକ୍ ଜବତ୍।

ବଡ଼ବିଲ/୧୩/୦୬ – ବଡ଼ବିଲ ପୋଲିସକୁ ବଡ଼ ସଫଳତା; ଜଣେ ସିନ୍ଧି ଚୋର ସହିତ ଜଣେ ଗହଣା ଦୋକାନୀକୁ ଗିରଫ୍ କରିଛି ବଡ଼ବିଲ ପୋଲିସ୍। ଏମାନଙ୍କ ନିକଟରୁ ନଗଦ ୪୦ ହଜାର ଟଙ୍କା, ୩.୫ ଗ୍ରାମର ସୁନା ଏବଂ ୨ କିଲୋ ୨୩୭ ଗ୍ରାମର ଚାନ୍ଦି ଅଳଙ୍କାର ଏବଂ ଗୋଟିଏ ବାଇକ୍ ଜବତ୍  ହୋଇଛି ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ବିଲ ବରକତ୍ ନଗର ଅଞ୍ଚଳର ସିନ୍ଧି ଚୋର ମହମ୍ମଦ ରୁସ୍ତମ ଏବଂ ବଲାଣୀ ଥାନା ଶାନ୍ତି ନଗର ଅଞ୍ଚଳର ଜୁଏଲାରୀ ମାଲିକ ସାମସୁଦ୍ଦିନ ମଲ୍ଲିକ ।

ଗତ ମେ’ ୨୨ ତାରିଖରେ ବଡ଼ବିଲ ଧୋବୀ ହଟିଂର ନିବାସୀ ମନୀଷା କୁମାରୀ ଶା ଙ୍କ ଘରୁ ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିବାବେଳେ, ଜୁନ୍ ୧୦ ତାରିଖ ରାତିରେ OMC ଛକ ନିକଟରେ ରହୁଥିବା ବଳରାମ ଶା ଘରେ ନଥିବା ସମୟରେ ତାଙ୍କ ଘର ତାଲା ଭାଙ୍ଗି ସୁନା ଓ ରୂପା ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ପୋଲିସ୍ ଘଟଣାର ଛାନଭିନ କରି ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ସିନ୍ଧି ଚୋର ମହମ୍ମଦ ରୁସ୍ତମକୁ ଚିହ୍ନଟ କରି ଗିରଫ କରିଥିଲା । ରୁସ୍ତମ୍ ଚୋରି ଗହଣାକୁ ବଡ଼ବିଲ ଡେଲି ମାର୍କେଟରେ ଥିବା ବଲାଣୀ ଥାନା ଶାନ୍ତି ନଗର ଅଞ୍ଚଳର ସାମସୁଦ୍ଦିନ ମଲ୍ଲିକର ମଲ୍ଲିକ ଜୁଏଲାରୀରେ ବିକିଥିବା ପୋଲିସ୍ ଆଗରେ କହିଥିଲା । ପରେ ପୋଲିସ ଜୁଏଲାରୀ ମାଲିକକୁ ଗିରଫ୍ କରିଥିଲା ।

ପୋଲିସ୍ ସୂଚନା ଅନୁଯାୟୀ, ଅଭିଯୁକ୍ତ ମହମ୍ମଦ ରୁସ୍ତମ ଦିନରେ ରେକି କରିବା ପରେ ଘରେ କେହି ନଥିବାର ସୁଯୋଗ ଦେଖି ଘର କବାଟ ତାଡ଼ି ଚୋରି ଘଟଣା ଭିଆଉଥିଲା । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Show More

Related Articles

Back to top button