ଅପରାଧକେନ୍ଦୁଝରଜିଲ୍ଲାରାଜ୍ୟ

ବଡ଼ବିଲ ବ୍ୟାଙ୍କ୍ ଲୁଟ୍ ମାମଲା : ଫେରାର୍ ଅଭିଯୁକ୍ତ ଗୁଜରାଟରୁ ଗିରଫ୍

ବଡ଼ବିଲ/୧୧/୦୫ – କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରରେ ଥିବା ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତକୁ ଗୁଜୁରାଟର ସୁରଟରୁ ଗିରଫ କରିଛି ବଡ଼ବିଲ ପୋଲିସ । ବଡ଼ବିଲ ଥାନାର ଇନ୍ସପେକ୍ଟର ଏସ୍. ମହାନ୍ତି, ଏସଆଇ ଡି. ରାଉଳ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କ ନେତୃତ୍ୱରେ ଗୁଜରାଟର ସୁରଟରେ ସ୍ଥାନୀୟ ପୋଲିସ ସହଯୋଗରେ ଚଢାଉ କରାଯାଇ ଆଉ ଜଣେ ଅଭିଯୁକ୍ତ ଲଡୁ ଓରଫ ରୌଶନ କୁମାର (୩୪)ଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତର ଘର ବିହାର ପ୍ରଦେଶର ଅଲୱାର ଜିଲ୍ଲା, ମେହେନ୍ଦିଆ ଥାନା ଅନ୍ତର୍ଗତ ସେମ୍ଭୁଆ ଅଞ୍ଚଳରେ । ଏହି ଘଟଣାରେ ଏପର୍ଯ୍ୟନ୍ତ ଗିରଫଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତକୁ ବଡ଼ବିଲ କୋର୍ଟରେ ହାଜର କରାଯାଇଥିବାବେଳେ ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ଗତ ଜାନୁଆରୀ ୧୯ ତାରିଖରେ ବଡ଼ବିଲ ସହରସ୍ଥିତ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରେ ଦିନ ଦ୍ୱିପ୍ରହରରେ ୬ ଜଣ ସଶସ୍ତ୍ର ଡକାୟତ ପ୍ରବେଶ କରି ଲୁଟପାଟ କରିଥିଲେ । ଡକାୟତମାନେ ବ୍ୟାଙ୍କରୁ ନଗଦ ୪ ଲକ୍ଷ ୩୮ ହଜାର ୭ଶହ ଟଙ୍କା ସହ ୭ ଦଶମିକ ୫୩ କିଲୋଗ୍ରାମ ଓଜନର ୧୫୫ଟି ସୁନା ଅଳଙ୍କାର ପ୍ୟାକେଟ ଲୁଟି ଫେରାର ହୋଇଯାଇଥିଲେ ।

ଘଟଣା ପରେ ପୋଲିସ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଥିଲା । ଏପର୍ଯ୍ୟନ୍ତ ପୋଲିସ ୩୨୦ ଗ୍ରାମ ସୁନା ଗହଣା, ୨ଟି ସ୍କର୍ପିଓ ଗାଡ଼ି, ଗୋଟିଏ ବାଇକ୍ ଓ କିଛି ମୋବାଇଲ୍ ଫୋନ୍ ଜବତ କରିଥିବା ସୂଚନା ମିଳିଛି ।

ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ଅବଶିଷ୍ଟ ଲୁଟ ହୋଇଥିବା ନଗଦ ଟଙ୍କା ଓ ସୁନା ଗହଣା ଉଦ୍ଧାର ପାଇଁ ତଦନ୍ତ ଜାରି ରହିଥିବା ପ୍ରେସ ବିଜ୍ଞପ୍ତିରେ ବଡ଼ବିଲ ପୋଲିସ ସୂଚନା ପ୍ରଦାନ କରିଛି ।

ପୂର୍ବରୁ କୋର୍ଟ ଚାଲାଣ ହୋଇଥିବା ସହଯୋଗୀ ଅଭିଯୁକ୍ତମାନେ ହେଲେ :-

୧. ରାଜା କୁମାର ସିଂହ ଓରଫ ରାଜା (୨୬), ପିତା- ସୂରଜ ସିଂହ, ଗ୍ରାମ- ସିନ୍ଦ୍ରି, ଥାନା- ପାଥରଡିହ, ଜିଲ୍ଲା- ଧନବାଦ, ଝାରଖଣ୍ଡ ।

୨. କୁନାଲ ରାଜ ବର୍ମା (୩୪), ପିତା- ମୁନ୍ନା ପ୍ରସାଦ ବର୍ମା, ଗ୍ରାମ- ପାଣ୍ଡ୍ରାମୋର, ଥାନା- ଏମପିଏଲ ଓପି, ନିର୍ସା ଥାନା, ଜିଲ୍ଲା- ଧନବାଦ, ଝାରଖଣ୍ଡ ।

୩. ଅଭିରଞ୍ଜନ କୁମାର (୪୪), ପିତା- ସୁରେଶ ଚୌରାସିଆ, ଗ୍ରାମ- ତସରା ବସ୍ତି, ଗୋଶାଳା, ଥାନା- ସିନ୍ଦ୍ରି, ଜିଲ୍ଲା- ଧନବାଦ, ଝାରଖଣ୍ଡ । ବର୍ତ୍ତମାନ ଠିକଣା- ଦେଓଝର, ଥାନା- ଯୋଡ଼ା, ଜିଲ୍ଲା- କେନ୍ଦୁଝର ।

୪. ସନ୍ତୋଷ କୁମାର ପାସୱାନ (୩୮), ପିତା- ସରୱାନ ପାସୱାନ, ଗ୍ରାମ- ଅସୋଇ, ଥାନା- ଭଗବାନପୁର, ଜିଲ୍ଲା- ବୈଶାଳୀ, ବିହାର ।

୫. ନବୀନ କୁମାର ଯାଦବ (୩୦), ପିତା- ବାଲ କୃଷ୍ଣ ପ୍ରସାଦ, ଗ୍ରାମ- ଭୂପତିପୁର, ଥାନା- ରାମ କୃଷ୍ଣ ନଗର, ଜିଲ୍ଲା- ପାଟନା, ବିହାର ।

୬. ଜିତେନ୍ଦ୍ର କୁମାର (୫୩), ପିତା- ସ୍ୱର୍ଗତ ଚନ୍ଦ୍ରିକା ଶର୍ମା, ଗ୍ରାମ- ସିନ୍ଦ୍ରି, ଥାନା- ସିନ୍ଦ୍ରି, ଜିଲ୍ଲା- ଧନବାଦ, ଝାରଖଣ୍ଡ ।

୭. ସିପୁ କୁମାର (୪୫), ପିତା- ରାମ ସ୍ୱରୂପ ସିଂ, ଗ୍ରାମ- ଦରିଆପୁର, ଥାନା- ପିପରା, ଜିଲ୍ଲା- ପାଟନା, ବିହାର ।

Show More

Related Articles

Back to top button