
ବଦଳିଲେ ୪ ପ୍ରାର୍ଥୀ ।
ଭୁବନେଶ୍ୱର/୨୦/୦୪ – କଂଗ୍ରେସ ପକ୍ଷରୁ ଆଜି ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ୩ଟି ଲୋକସଭା ଓ ୧୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ ।
କେନ୍ଦୁଝର ଲୋକସଭା ଆସନରେ ପ୍ରାର୍ଥୀ ବଦଲାଇଛି କଂଗ୍ରେସ । ପୂର୍ବରୁ ମୋହନ ହେମ୍ବ୍ରମଙ୍କ ନାଁ ଘୋଷଣା ହୋଇଥିଲାବେଳେ, ଆଜି ଏହି ଆସନ ପାଇଁ ତାଙ୍କ ବଦଳରେ ବିନୋଦ ନାଏକଙ୍କୁ ପ୍ରାର୍ଥୀ କରାଯାଇଛି । ଏଥିସହ ସମ୍ବଲପୁର ଲୋକସଭା ଆସନରେ ଦୁଲାଲ ଚନ୍ଦ୍ର ପ୍ରଧାନ ଏବଂ ଆସିକାରେ ଦେବକାନ୍ତ ଶର୍ମାଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ଦଳ ।
ସେହିପରି କବିସୂର୍ଯ୍ୟନଗର ଆସନରେ ବିପିନ ସ୍ୱାଇଁଙ୍କ ସ୍ଥାନରେ ସଞ୍ଜୟ ମଣ୍ଡଳଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ, କଣ୍ଟାମାଳ ବିଧାନସଭା ଆସନରେ ମନୋଜ ଆଚାର୍ଯ୍ୟଙ୍କ ବଦଳରେ ଶରତ ପ୍ରଧାନ ଏବଂ ଜୟଦେବ ଆସନରେ ଜୟନ୍ତ ଭୋଇଙ୍କ ସ୍ଥାନରେ କୃଷ୍ଣ ସଗରିଆଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।
କେନ୍ଦ୍ରାପଡ଼ା ବିଧାନ ସଭା ଆସନରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଖୋର୍ଦ୍ଧାରୁ ସୋନାଲି ସାହୁ ନିମାପଡ଼ାରୁ ସିଦ୍ଧାର୍ଥ ରାଉତରାୟ, ଝାରସୁଗୁଡ଼ା ଆସନରୁ ଅମିତା ବିଶ୍ୱାଳ, ବଡ଼ସାହିରୁ କ୍ଷୀରୋଦ ପାତ୍ର, ସୁକିନ୍ଦାରୁ ବିଭୁ ଭୂଷଣ ରାଉତ, କଣ୍ଟାମାଳରୁ ଶରତ ପ୍ରଧାନ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ପିପିଲିରୁ ଜ୍ଞାନରଂଜନ ପଟ୍ଟନାୟକ, ଚିଲିକାରୁ ପ୍ରଦୀପ ସ୍ୱାଇଁ, ଜୟଦେବରୁ କୃଷ୍ଣ ସଗରିଆ, କବିସୂର୍ଯ୍ୟନଗରରୁ ସଂଜୟ ମଣ୍ଡଳ ଓ ଗୋପାଳପୁରରୁ ଶ୍ୟାମସୁନ୍ଦର ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ ।

