ରାଜନୀତି

ପାଟଣା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକଙ୍କୁ ବୟୋଜ୍ୟେଷ୍ଠ କଲେ ଆଶୀର୍ବାଦ ।

ପାଟଣା/୩୦/୦୩ – ଆଗାମୀ ସାଧାରଣ ନିର୍ବାଚନ ପାଇଁ  ପାଟଣା ନିର୍ବାଚନ ମଣ୍ଡଳୀରୁ ବିଜେଡି ଜଗନ୍ନାଥ ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିବାପରେ ଜଗନ୍ନାଥ, ଶନିବାର ମା’ ତାରିଣୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରି ଆଶିଷ ଲାଭ କରିବା ସହ ପାଟଣା ଶନି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଟାଙ୍ଗରପଡା ଠାରେ ଆୟୋଜିତ ହୋଇଥିବା ଆଶୀର୍ବାଦ ସଭାରେ ସେ ଯୋଗ ଦେଇ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇଥିଲେ। ଆୟୋଜିତ ଏହି ସଭାରେ ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ଦଳ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଟଣା, ସାହାରପଡା, ଚମ୍ପୁଆ, ଓ ଝୁମ୍ପୁରା ବ୍ଲକ ର ୫୬ ଟି ପଞ୍ଚାୟତର ପ୍ରମୁଖ ଦଳୀୟ କର୍ମୀମାନେ ଯୋଗଦାନ କରିଥିଲେ। ଦଳ ତରଫରୁ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକଙ୍କୁ ବିଶାଳ ପୁଷ୍ପ ମାଲ୍ୟ ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା।ଆଗାମୀ ନିର୍ବାଚନରେ ଜଗନ୍ନାଥ ନାଏକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବା ପାଇଁ କର୍ମୀ ମାନେ ଶପଥ ନେଇଥିଲେ। ବିଗତ ୫ ବର୍ଷ ମଧ୍ୟରେ ନିର୍ବାଚନ ମଣ୍ଡଳୀରେ  ଅନେକ ଉନ୍ନତି ମୂଳକ କାମ ହୋଇଥିଲେ ମଧ୍ୟ ଅଧୁରା ରହି ଯାଇଥିବା କାମ ଗୁଡ଼ିକ ପୁନର୍ବାର ନିର୍ବାଚିତ ହେଲେ ନିଶ୍ଚିତ ପୁରଣ ହେବ ବୋଲି ଜଗନ୍ନାଥ ନାଏକ ପ୍ରତିଶ୍ରୁତି ଦେଇଥିଲେ । ସମ୍ବର୍ଦ୍ଧନା ସଭାରେ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କାନନ ବିହାରି ପହି ,ବରିଷ୍ଠ ନେତା ଭବାନୀଶଙ୍କର ନାଏକ, ଅଜୟ ପଟ୍ଟନାୟକ, ମହେନ୍ଦ୍ର ସାହୁ, ଜିଲ୍ଲା ଉପସଭାପତି ଗୋବିନ୍ଦ ମହାନ୍ତ, ସାଧାରଣ ସମ୍ପାଦକ ବାବୁଲି ଭଞ୍ଜ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ,ସାହାରପଡା ବ୍ଲକ ଅଧ୍ୟକ୍ଷା ରୀନା ନାଏକ,ଜିଲ୍ଲା କୃଷକ ସେଲ ସଭାପତି ଦୀପକ ରାଜ,ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ସୌଭାଗ୍ୟ ମଞ୍ଜରୀ ନାଏକ, ପ୍ରଫୁଲ୍ଲ ନାଏକ, ବୁଦ୍ଧଦେବ ମହାକୁଡ଼, ଚମ୍ପାବତୀ ଟୁଡୁ ସାହାରପଡା ବ୍ଲକ ସଭାପତି ଦିଲ୍ଲୀପ ସାହୁ, ଭାମାମଣି ଦାସ,ବିଶ୍ଵନାଥ ନାଏକ, ନିରଞ୍ଜନ ତ୍ରିପାଠୀ, ପ୍ରଶାନ୍ତ ଭଞ୍ଜଙ୍କ ସମେତ  ବହୁସଂଖ୍ୟାରେ ବରିଷ୍ଠ କର୍ମୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଅରୁଣ କୁମାର ମହାନ୍ତ ଓ ମିତ୍ରଭାନୁ ମହାନ୍ତ ପରିଚାଳନା କରିଥିବାବେଳେ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Show More

Related Articles

Back to top button