ଖେଳବ୍ରେକିଂ ନ୍ୟୁଜ୍

ବଡ଼ବିଲର ଉଷୁ ଖେଳାଳୀ ଶ୍ୱେତାରଣୀଙ୍କ ମସ୍କୋରେ ସ୍ୱର୍ଣ୍ଣ ପଦକ ହାସଲ । ବଡ଼ବିଲରେ ଭବ୍ୟ ସମ୍ବର୍ଦ୍ଧନା ।

ଫେବୃଆରୀରୁ ୨୮ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ୠଷିଆ ମସ୍କୋରେ ଆୟୋଜିତ ହୋଇଥିଲା ଉଷୁ ଷ୍ଟାର ଇଣ୍ଟରନ୍ୟାସନାଲ ଚାମ୍ପିଅନସିପ୍।

ବଡ଼ବିଲ/୧୨/୦୩ –  ଉଷୁ, କିକ୍ ବକ୍ସିଂ ଏବଂ ମାର୍ଶଲ ଆର୍ଟରେ ଉତ୍କର୍ଷ ପ୍ରଦର୍ଶନ କରିଥିବା କେନ୍ଦୁଝର ଜିଲ୍ଲା ବଡ଼ବିଲର ମହିଳା ଖେଳାଳୀ ଶ୍ୱେତାରଣୀ ମହାନ୍ତ ପୁଣି ଥରେ ନିଜର ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ଵିତ କରିଛନ୍ତି । ଫେବୃଆରୀରୁ ୨୮ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ୠଷିଆ ମସ୍କୋରେ ଆୟୋଜିତ ହୋଇଥିବା ଉଷୁ ଷ୍ଟାର ଆନ୍ତର୍ଜାତୀୟ ଚାମ୍ପିଅନସିପରେ ଶ୍ୱେତାରଣୀ ୪୮ କିଲୋଗ୍ରାମ ବର୍ଗରେ ବିଜୟ ଲାଭ କରିଛନ୍ତି । ଫାଇନାଲ ମ୍ୟାଚରେ ୠଷୀୟ ଖେଳାଳୀଙ୍କୁ ପରାସ୍ତ କରି ସେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଏହି ଚାମ୍ପିଅନସିପରେ ୩୦ ଟି ଦେଶର ପ୍ରାୟ ୧୫ ଶହ ଖେଳାଳୀ ଅଂଶଗ୍ରହଣ କରିଥିଲେ । ପିତା ତଥା କୋଚ୍ ପଙ୍କଜ ମହନ୍ତଙ୍କ ଠାରୁ ଅନୁପ୍ରାଣିତ ହୋଇ ସେ ପିଲାଟି ଦିନରୁ ମାର୍ଶଲ ଆର୍ଟ ପ୍ରତି ରୂଚି ରଖିଛନ୍ତି ।

କେନ୍ଦୁଝର ଜିଲ୍ଲା, ବାରିଆ ଥାନା ଅଧୀନସ୍ଥ  ଭୀମପୁରରେ ଜନ୍ମଗ୍ରହଣ କରିଥିଲେ ଶ୍ୱେତାରଣୀ ।ଏବେ ସେ ନିଜ ମାତା ଓ ପିତାଙ୍କ ସହ ବାଡବିଲରେ ରହୁଛନ୍ତି । ଉଷୁରେ ସେ  ଜଣେ ଜାତୀୟ ପଦକ ବିଜେତା ମଧ୍ୟ । ବାଡବିଲ ଡିଏମଏଫ ଉଷୁ ଷ୍ଟାଡିୟମରେ ତାଙ୍କ ପିତା ତଥା ପ୍ରଶିକ୍ଷକ ପଙ୍କଜ କୁମାର ମହନ୍ତୋଙ୍କ ଅଧୀନରେ ନିଜର ଅଭ୍ୟାସ ଜାରୀ ରଖିଛନ୍ତି ଶ୍ୱେତାରଣୀ । ଶ୍ୱେତାରଣୀ ସ୍ୱର୍ଣ୍ଣ ପଦକ ହାସଲକରି ବିଦେଶରୁ  ଫେରିବା ପରେ ବଦବିଲରେ କ୍ରୀଡାପ୍ରେମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନକରି ତାଙ୍କର ଉତ୍ସାହ ବର୍ଦ୍ଧନ କରିଛନ୍ତି।

Show More
Back to top button