
ପାଟଣା, ୨୭/୦୪ – କେନ୍ଦୁଝର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ମା’ ର ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ହୋଇଛନ୍ତି । ମୃତକ ହେଲେ ବାଉଁଶୁଳି ଗ୍ରାମର ଶଙ୍କାରୀ ମୁଣ୍ଡା(୪୫) ଓ ଗୁରୁତର ପୁଅ ବିଜୟ ମୁଣ୍ଡା । ଉଭୟ ବାଇକ୍ ଯୋଗେ ଘରକୁ ଯାଉଥିବା ସମୟରେ ଏକ ଵୋଲେରୋ ତାଙ୍କ ବାଇକକୁ ପଛପଟରୁ ଧକ୍କା ଦେଇ ଦ୍ରୁତ ଗତିରେ ଉଖୁଣ୍ଡା ରାସ୍ତାରେ ପଳାଇ ଯାଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ମା’ ଶଙ୍କାରୀ ମୁଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ତୁରୁମୁଙ୍ଗା ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି।