
ବଡ଼ବିଲ/୧୨/୦୪ – ଶୁକ୍ରବାର ସନ୍ଧ୍ୟାରେ ବଡ଼ବିଲ- ଭଦ୍ରାସାହି ରାସ୍ତାର ଟ୍ରେଜେରୀ ଅଫିସ୍ ନିକଟରେ ଏକ ଦୁର୍ଘଟଣା ଘଟି ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନେ ହେଲେ ମିଦିନାପୁର (ବର୍ତ୍ତମାନ ଠିକଣା ଭଦ୍ରାସାହି) ଅଞ୍ଚଳର ସେକ୍ ନିଜାମୁଦ୍ଦିନ ଏବଂ ଚଢ଼େଇ ଭୋଳ ଘୋଷଦା ଅଞ୍ଚଳର
ବାସୁଦେବ ମହାକୁଡ଼ । ନିଜାମୁଦ୍ଦିନଙ୍କ କୁକୁଡ଼ା ଚିଆଁ ବେପାରସାରି ବଡ଼ବିଲରୁ ଭଦ୍ରାସାହି ଅଭିମୁଖେ ଯାଉଥିବାବେଳେ, ବିପରୀତ ଦିଗରୁ ରଂଗ ରୁଟରେ ବଡ଼ବିଲ ପଟକୁ ବାସୁଦେବ ଆସୁଥିଲେ ଯାହା ଫଳରେ ଉଭୟଙ୍କ ବାଇକ୍ ମଧ୍ୟରେ ଯୋରଦାର ମୁହାଁମୁହିଁ ଟକ୍କର ହୋଇଥିଲା, ଫଳରେ ଦୁଇଜଣଯାକ ସାଙ୍ଘାତିକ ଭାବରେ ଆହତ ହୋଇଥିଲେ । ନିଜାମୁଦ୍ଦିନଙ୍କ ବାମ ଗୋଡ ଭାଙ୍ଗି ହାଡ଼ ବାହାରିଯାଇଥିଲା ବେଳେ, ବାସୁଦେବଙ୍କ ଓଠ ଫାଟିଯିବା ସହ ଗୋଡ଼ରେ ମଧ୍ୟ ଭାଙ୍ଗି ଯାଇଥିବା କୁହାଯାଉଛି । ଉଭୟଙ୍କୁ ବଡ଼ବିଲ ପୋଲିସ୍ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ପ୍ରାଥମିକ ଚିକିତ୍ସା ପରେ ନିଜାମୁଦ୍ଦିନଙ୍କୁ ଅନ୍ୟତ୍ର ରେଫର୍ କରାଯାଇଛି । ପୋଲିସ୍ ଘଟଣାର ତଦନ୍ତ ଚଳାଇଛି ।