
ପାଟଣା/୦୪/୦୩ -କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ୱାମ୍ ଶାସନରେ ୫ ଦିନ ଧରି ଚାଲିଥିବା ୬୯ ତମ ବାଦି ପାଲା ମହୋତ୍ସବ ବୁଧବାର ରାତ୍ରୀରେ ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ପାଲା କମିଟିର ସଭାପତି ଭାଗିରଥି ଦାଶଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ନୃତ୍ୟ ଗୁରୁ ତଥା ଚଳଚିତ୍ର ଅଭିନେତା ଗୁରୁଦାସ ଯୋଗଦେଇ କହିଥିଲେ ଯେ, ଏଠାରେ ଏକ ସୁନ୍ଦର ସାଂସ୍କୃତିକ ବାତାବରଣ ମଧ୍ୟରେ ବହୁ ସଂଖ୍ୟକ ଶ୍ରୋତା ପାଲା ଶ୍ରବଣ କରିଛନ୍ତି । ଏଥିରେ ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ବଳଭଦ୍ର କର, ପର୍ଶୁରାମ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଚଳିତ ବର୍ଷ ବାଦି ପାଲା ପରିବେଷଣ କରୁଥିବା ଗାୟକ ବିଶ୍ଵନାଥ ସ୍ବାଇଁ ଓ ଗଗନ ବିହାରି ମହାପାତ୍ରଙ୍କୁ ଅନୁଷ୍ଠାନ ତରଫରୁ ଉପାଧି ପ୍ରଦାନ କରାଯାଇଥିଲା । ଏଥି ସହ ଉଭୟ ଗାୟକଙ୍କୁ ମୁଖ୍ୟଅତିଥି ପ୍ରଶସ୍ତି ପତ୍ର, ଅଙ୍ଗବସ୍ତ୍ର ଓ ଉପଢ଼ୌକନ ଆଦି ଦେଇ ସମ୍ବର୍ଦ୍ଧିତ କରିଥିଲେ। ପାଲା ଅନୁଷ୍ଠାନର ପ୍ରାକ୍ତନ ସଭାପତି ଓ ସଂପାଦକ ଭଳି ଗୁରୁଦାୟିତ୍ଵରେ ରହିଥିବା ପଞ୍ଚାନନ ଦାଶ ଓ ଅଜିତ କୁମାର ଦାଶଙ୍କୁ ମାନପତ୍ର , ଅଙ୍ଗବସ୍ତ୍ର ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଅତିଥି। ଏହି ଅବସରରେ ଗ୍ରାମର ଦେହୁରୀ ଉପେନ୍ଦ୍ର ନାଏକ ଓ ଉଭୟ ପାଲା ଦଳର ବାୟକ ସଙ୍ଗୀତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାୟକ ଓ ସଙ୍ଗୀତଙ୍କୁ କମିଟିର ସହ ସଂପାଦକ ବୀର ମୋହନ ଦ୍ବିବେଦୀ, କୋଷାଧ୍ୟକ୍ଷ କଳ୍ପ ତରୁ କର, ସଂଯୋଜକ ସୁମିତ ପତି, ସନ୍ତୋଷ ତ୍ରିପାଠୀ, ଚିରଞ୍ଜିବି ଦାଶ, ଯତୀନ୍ଦ୍ର କୁମାର ଦାଶ, ଶଶି ଭୂଷଣ ପତି, ଜ୍ୟୋତିର୍ମୟ ତ୍ରିପାଠୀ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ।
ସଭା ଆରମ୍ଭରେ ଉପସଭାପତି ତଥା ଶିକ୍ଷକ ଶ୍ରୀନିବାସ ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ପାଲା କମିଟିର ସଂପାଦକ ବୀର କିଶୋର ଦାଶ ସଂପାଦକୀୟ ପାଠ ସହ ପ୍ରଶସ୍ତି ପତ୍ର ପାଠ କରିଥିଲେ। ପାଲା କମିଟିର ବରିଷ୍ଠ ସଦସ୍ୟ ଜ୍ଞାନେନ୍ଦ୍ର ମିଶ୍ର ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ମିଶ୍ର, ସୌମ୍ୟ ରଞ୍ଜନ ଦାଶ, ତ୍ରିଲୋଚନ କର, ନିର୍ମଳ ଦାଶ ପ୍ରମୁଖ ପରିଚାଳନା କରିଥିଲେ । ଭୋଗ ଓ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ଥିଲେ, କୂଳମଣି ଶତପଥୀ, ଭବ ତୋଷ ଶତପଥି, ପ୍ରକାଶ ଦାଶ, ସିଦ୍ଧାର୍ଥ ଦାଶ, ଆର୍ୟ୍ଯ ପ୍ରସାଦ ଦାଶ, ସମୀର ଦାଶ, ଶୁଭମ୍ ଶୁଭାଶିଷ ଦ୍ବିବେଦୀ, ବିଶାଲ ଦାଶ ପ୍ରମୁଖ ।