
ଚମ୍ପୁଆ/୩୦/୦୩ – ଚମ୍ପୁଆ ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଏହି ନିର୍ବାଚନରେ ବିଭିନ୍ନ ପଦଵୀ ପାଇଁ ପାଞ୍ଚଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀ ପତ୍ର ଦଖଲ କରିଥିଲେ। ତେବେ କୌଣସି ପଦବୀ ପାଇଁ ପ୍ରତିଦ୍ବନ୍ଦୀ ନ ଥିବାରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।
ସଭାପତି ଭାବେ ହରେକୃଷ୍ଣ ମିଶ୍ର, ଉପ ସଭାପତି ଭାବେ ରୋହିତ କୁମାର ବୈଦ୍ୟ ନିର୍ବାଚିତ ହୋଇଥିବାବେଳେ, ସମ୍ପାଦକ ଭାବେ ରଘୁନାଥ ମହାକୁଡ଼, ସହ ସମ୍ପାଦକ ଭାବେ ଜ୍ୟୋସ୍ନାମୟୀ ମହାନ୍ତ ଓ କୋଷାଧ୍ୟକ୍ଷ ଭାବରେ ଶରତ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଶାନ୍ତି ଶୃଙ୍ଖଳାର ସହିତ ଏହି ନିର୍ବାଚନ ଶେଷ ହୋଇଥିବା ବେଳେ ସମସ୍ତ ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ଓକିଲ ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।