କେନ୍ଦୁଝରଜିଲ୍ଲା

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ମା’ ଆଗରେ ଚାଲିଗଲା ପୁଅର ଜୀବନ।

ପାଟଣା/୨୭/୦୩ – କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟରେ ଦୁଇ ବାଇକ ମଧରେ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ତୁରୁମୁଙ୍ଗା ଥାନା ଖୁଣ୍ଟାପଡା ଗ୍ରାମର ଶକ୍ତି ଭୂଷଣ ବାରିକ । ସେ ତାଙ୍କ  ମାଆଙ୍କ ସହ ଏକ ବାଇକ୍ ଯୋଗେ ମାଉସୀ ଘରକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ପାଟଣା ମେଡିକାଲକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ଶାନ୍ତି ଭୂଷଣକୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣାରେ ତାଙ୍କ ମାଆ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ, ଅନ୍ୟ ବାଇକର ଚାଳକ ମୁକ୍ତାପୁର ଗ୍ରାମର ସାନିଆ ମୁଣ୍ଡା ଗୁରୁତର ହୋଇ ପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Show More

Related Articles

Back to top button