
ପାଟଣା/୨୬/୦୩/ – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଧନୁର୍ଜୟପୁର ନିକଟରେ ଦୁର୍ଘଟଣା, ଛିଡ଼ା ହୋଇଥିବା ଟ୍ରକ୍ ପଛରେ ପିଟିଲା ଆଉ ଏକ ଟ୍ରକ୍ । ଟ୍ରକଟି ଏତେ ଯୋରରେ ପିଟି ହୋଇଥିଲା ଯେ, ଏହି ଗାଡିର ଡ୍ରାଇଭର କ୍ୟାବିନ ଭିତରେ ଚାପି ହୋଇଯାଇଥିଲେ । ଆଜି ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଗ୍ୟାସ କଟର ସାହାଯ୍ୟରେ କ୍ୟାବିନକୁ କାଟି ସେଥିରେ ଚାପି ହୋଇ ରହିଥିବା ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ NHAI ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଗୁରୁତର ଟ୍ରକ ଡ୍ରାଇଭର ପାଲଲହଡା ଅଞ୍ଚଳର ଦିଲିପ୍ କୁମାର ସାହୁ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଟ୍ରକକୁ ଜବତ କରି ତଦନ୍ତ କରୁଛି ।