
ବଡ଼ବିଲ/୨୩/୦୩ – ବଡ଼ବିଲର ଚଳିତ ବର୍ଷ ଶ୍ରୀରାମ ନବମୀ ଉତ୍ସବକୁ ଧୁମଧାମର ସହିତ ପାଳନ କରିବା ପାଇଁ ଶ୍ରୀହନୁମାନ ମନ୍ଦିର କମିଟିର ନିଷ୍ପତ୍ତି । ମନ୍ଦିର କମିଟିର ଅଧକ୍ଷ ତାରାଚାନ୍ଦ ଶର୍ମାଙ୍କ ଅଧକ୍ଷତାରେ ବଡ଼ବିଲ ଡେଲି ମାର୍କେଟସ୍ଥିତ ହନୁମାନ ମନ୍ଦିରରେ ଏହି ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ରାତିରେ ହୋଇଥିବା ଏହି ବୈଠକରେ ଚଳିତବର୍ଷ ମନ୍ଦିରର ୬୩ତମ ଶ୍ରୀରାମ ନବମୀ ଉତ୍ସବ ଓ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବାକୁ ଆଲୋଚନା ହୋଇଥିଲା । ଅପ୍ରେଲ ୧୭ରେ ହେବାକୁଥିବା ଶ୍ରୀରାମ ନବମୀ ଅବସରରେ ଅପ୍ରେଲ ୯ ତାରିଖ ଠାରୁ ଶ୍ରୀରାମଚରିତ ମାନସ ପାଠ ଆରମ୍ଭ ହେବା ସହିତ ୧୬ ତାରିଖ ସକାଳୁ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ପରଦିନ ଅର୍ଥାତ ୧୭ ତାରିଖ ସକାଳୁ ସମାପନ ହେବ । ଏଥି ସହିତ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ ଜନ୍ମଉତ୍ସବ ଯଜ୍ଞର ପୂର୍ଣ୍ଣାହୁତି ଆରତୀ ଓ ପୁଷ୍ପାଞ୍ଜଳି ପ୍ରସାଦ ବିତରଣ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରେ ଅପରାହ୍ନ ୨ ଘଟିକାରେ ମନ୍ଦିରରୁ ଏକ ବିଶାଳ ଝଣ୍ଡା ଶୋଭାଯାତ୍ରା ସହର ପରିକ୍ରମା କରି ହରିହର ମନ୍ଦିର ପର୍ଯ୍ୟନ୍ତ ଯିବ ।ସେଠାରୁ ଫେରି ପ୍ରତିବର୍ଷ ପରି ବିକାଶ ମହଲ ପ୍ରାଙ୍ଗଣରେ ଆଖଡ଼ା ଦଳ ଗୁଡିକ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଶାନ୍ତି ଶୃଙ୍ଖଳା ଓ ଭାଇ ଚାରାର ସହିତ ଚଳିତ ବର୍ଷ ଶ୍ରୀରାମ ନବମୀ ଉତ୍ସବ ପାଳନ କରିବାକୁ ସ୍ଥିରୀକୃତ ହୋଇଥିବା ମନ୍ଦିର କମିଟିର ସମ୍ପାଦକ ଦେବ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ଅନୁଷ୍ଠିତ ଏହି ବୈଠକରେ କମିଟିର ଉପସଭାପତି ଦିଲୀପ କୁମାର ମିଶ୍ର, ସହ ସମ୍ପାଦକ ଜିତେନ୍ଦ୍ର ଝା, କୋଷାଧକ୍ଷ କମଲେଶ ବିନାନି, ସହ କୋଷାଧକ୍ଷ ଶ୍ରୀନିବାସ କୋନାର, ପୂଜକ ଧୀରଜ ପାଣ୍ଡେ, ଓ କମିଟିର ସଦସ୍ୟ ପଦ୍ମଲୋଚନ ଦାସ, ଅନିଲ ସିହ୍ନl, ରବିକାନ୍ତ ଶର୍ମା, ସତୀଶ କାରିଆ, ରାଜା ଗୁପ୍ତା, ଗଣେଶ ପ୍ରସାଦ, ଜନାର୍ଦ୍ଦନ ଗୁପ୍ତା, ବିବେକ ଗୁପ୍ତା, ସନ୍ତୋଷ ସାହୁ, ମଞ୍ଜି ଚୌରସିଆ, ବବି ସିଂ ଓ ପରମଜିତ୍ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ମନ୍ଦିରର ପୂଜକ ସଚ୍ଚିଦାନନ୍ଦ ପାଣ୍ଡେଙ୍କର ନିଧନପାଇଁ ପ୍ରଥମେ ଶୋକସଭା ହୋଇଥିଲା ।