କେନ୍ଦୁଝରଜିଲ୍ଲା

କେନ୍ଦୁଝର ଜେଲ୍ ପରିସରରେ ବିଚାରାଧିନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ଏସ୍ ସି ବି ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ।

କେନ୍ଦୁଝର/୨୨/୦୩ – ଶୁକ୍ରବାର  କେନ୍ଦୁଝର ଜିଲ୍ଲା କାରାଗାର ପରିସରରେ ଜଣେ ବିଚାରଧିନ ବନ୍ଦୀ ଜେଲ୍ ପାରିସରରେ ଥିବା ପାଇଖାନାରେ ଫାଶୀ ଲଗାଇ  ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭିର୍ତ୍ତି କରାଯାଉଥିଲା । କଏଦୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ ତାଙ୍କୁ କଟକ ଏସ୍ ସି ବି ମେଡିକାଲକୁ  ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତକ ସଦର ଥାନା ଅନ୍ତର୍ଗତ କାଠବାରି ପଂଚାୟତ ବୋଧବାହାଳି ଗ୍ରାମର ଅଜୟ ଦାସ । ସେ ଏକ ନାବାଳିକା ଅସଦାଚରଣ ମାମଲାରେ ଗିରଫ ହୋଇ ଗତ ୧୧ ମାସ ହେବ କେନ୍ଦୁଝର ଜେଲରେ ବିଚାରଧିନ ବନ୍ଦୀ ଭାବେ ରହିଥିଲେ ।

Show More

Related Articles

Back to top button