କେନ୍ଦୁଝରଜିଲ୍ଲା

ଯୋଡ଼ା ଆଦର୍ଶ ବିଦ୍ୟାଳୟର ନିର୍ମାଣଧିନ ଛାତ୍ରୀ ନିବାସରେ ପଶି ସରଞ୍ଜାମ ଭଙ୍ଗାରୁଜ୍ଜା କରିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ ଦୃବୃର୍ତ୍ତ, ଥାନାରେ ଏତଲା ।  

୭/୮ ଜଣ ଦୃବୃର୍ତ୍ତ ଦୁଇଟି କାରରେ ଆସି ବ୍ୟାପକ ଭଙ୍ଗା ରୁଜ୍ଜା କରିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ ।

ଯୋଡ଼ା/୧୨/୦୩ – ଯୋଡ଼ା ଥାନା, ଲହଣ୍ଡା ଠାରେ ଥିବା ଆଦର୍ଶ ବିଦ୍ୟାଳୟର ନୂତନ ନିର୍ମାଣଧୀନ ଛାତ୍ରୀ ନିବାସରେ ଦୃବୃର୍ତ୍ତଙ୍କ ଭଙ୍ଗା ରୁଜ୍ଜା ଓ ଲୁଟତରାଜ୍ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ୭/୮ ଜଣ ଦୃବୃର୍ତ୍ତ ଦୁଇଟି କାରରେ ଆସି ନିର୍ମାଣଧୀନ ଛାତ୍ରୀ ନିବାସରେ ଭିତରେ ପ୍ରବେଶ କରିଥିଲେ ଏବଂ ସେଠାରେ ଥିବା ଠିକା ସଂସ୍ଥାର ୩ଜଣ କର୍ମଚାରୀଙ୍କୁ ଭୟ ଦେଖାଇ ଗୋଟିଏ ରୁମରେ ଭର୍ତ୍ତି କରି ବାହାର ପଟୁ ବନ୍ଦ କରିଦେଇଥିଲେ ।

ଏହାପରେ ବିଦ୍ୟୁତ୍ ଓ ଅନ୍ୟାନ୍ୟ ସରଞ୍ଜାମ ଗୁଡ଼ିକୁ ବ୍ୟାପକ ଭାବରେ ଭଙ୍ଗାରୁଜ୍ଜା କରିବା ସହ ୱାସ୍ ବେଶିନକୁ ଭାଙ୍ଗି ସେଥିରେ ଲଗାଯାଇଥିବା ଦାମୀ କମ୍ପାନୀର ଟ୍ୟାପ୍ ଫିଟିଂ ସବୁ କାଢ଼ି ନେଇଯାଇଥିଲେ ଦୃବୃର୍ତ୍ତ । ଏଥି ସହ ୨୦ ବାଲ୍ଟି ରଙ୍ଗ ମଧ୍ୟ ନେଇଯାଇଛନ୍ତି ବୋଲି ଠିକା ସଂସ୍ଥାର କର୍ମଚାରୀ ହିମାଂଶୁ ଶେଖର ରାୟ ମହାପାତ୍ର ସୂଚନା ଦେଇଛନ୍ତି । ଏନେଇ ଯୋଡ଼ା ଥାନାରେ ଅଭିଯୋଗ ହୋଇଛି । ସୂଚନା ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button