
ଚୋରୀ ସାମଗ୍ରୀ କିଣିବା ପଡ଼ିଲା ମହଙ୍ଗା, ୨ ବ୍ଯବସାୟୀ ଅଟକ ।
ଚୋର ଠାରୁ ସୁନା ଓ ପିତଳ କିଣିଥିବା ଘଷିପୁରା ଅଞ୍ଚଳର ଦୁଇ ବ୍ଯବସାୟୀଙ୍କୁ ଉଠାଇ ଜେରା କରୁଛି ପୋଲିସ୍ ।
ଆନନ୍ଦପୁର/୧୨/୦୩ – ଚୋରୀ ସାମଗ୍ରୀ କିଣିବା ପଡିଛି ମହଙ୍ଗା । ଚୋରୀ ସୁନା ଓ ପିତଳ ସାମଗ୍ରୀ ଚୋର ଠାରୁ କିଣିଥିବା ଦୁଇ ବ୍ଯବସାୟୀଙ୍କୁ ଉଠାଇ ନେଇଛି ପୋଲିସ୍ । ଘଷିପୁରା ବସଷ୍ଟାଣ୍ଡ ନିକଟ ପ୍ରତିଷ୍ଠିତ ସୁନା ବ୍ଯବସାୟୀ ଦାମୋଦର ସାହୁ ଓ ଘଷିପୁରା ଚେକ୍ ଗେଟ୍ ନିକଟ ଦୋକାନୀ ମଦନ ମୋହନ ସାହୁଙ୍କୁ ଉଠାଇ ନେଇ ଆନନ୍ଦପୁର ଏସଡିପିଓଙ୍କ କାର୍ଯ୍ୟଳୟରେ ଜେରା କରୁଛି ପୋଲିସ୍ ।

ସୂଚନା ଅନୁସାରେ, ରାମଚନ୍ଦ୍ରପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରୀ ଘଟଣାରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ଗିରଫ କରିଥିଲା ପୋଲିସ୍ । ଆଜି ଏହି ଯୁବକର ସୁଚନା ଆଧାରରେ ସୁନା ଓ ପିତଳ ସାମଗ୍ରୀ ଖରିଦ କରିଥିବା ଦୋକାନୀଙ୍କୁ ଚିହ୍ନଟ ପରେ ଉଠାଇ ନେଇଛି ପୋଲିସ୍ । ବ୍ଯବସାୟୀ ଦାମୋଦର ସାହୁ ସଂପୃକ୍ତ ଯୁବକ ଠାରୁ ଚୋରୀ ସୁନା କିଣିଥିବାବେଳେ, ବ୍ଯବସାୟୀ ମଦନ ସାହୁ ବହୁ ପରିମାଣର ଚୋରୀ ପିତଳ ସାମଗ୍ରୀ କିଣିଥିବା କୁହାଯାଉଛି । ପୋଲିସ୍ ପୁରା ଘଟଣାର ତଦନ୍ତ ଜାରୀ ରଖିଛି।